ମୟୁରଭଞ୍ଜରେ ଛଉ ନୃତ୍ୟ ପ୍ରତିଯୋଗିତା

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ଛଉ ନୃତ୍ୟ ଯାହା ଲୋକ ସଂସ୍କୃତିର ବାର୍ତ୍ତାବହ ଓ ଲୋକକଳା | ଏହା ଲୋକଙ୍କ ଜୀବନର ସଂସ୍କୃତିକ ଧାରାକୁ ଯୁଗ ଯୁଗ ଧରି ବୁହାଇ ଆଣିବା ସଙ୍ଗେ ସଙ୍ଗେ ଲୋକ ଜୀବନର ଦୁଃଖ, ସୁଖ, ନୀତି, ଅନୀତି, ଧର୍ମ, ଅଧର୍ମ, ଉତ୍ଥାନ, ପତନ, ଆଶା, ଆକାଂକ୍ଷା, ଆଦିକୁ ଛଉ ନୃତ୍ୟରେ ପ୍ରକାଶ କରିପାରିଛି | ଲୋକଙ୍କ ଜୀବନର ନିଚ୍ଛକ ପ୍ରତିଛବି ପ୍ରତିବିମ୍ବିତ ହୁଏ ଲୋକ କଳାରେ |

ସବୁ ବର୍ଷ ଭଳି ଚୈତ୍ର ପର୍ବ ଅବସରରେ ମୟୁରଭଞ୍ଜ ଜିଲ୍ଲା ମୋରଡା ବ୍ଲକ ଅନ୍ତର୍ଗତ କୋହି ଗ୍ରାମରେ ପ୍ରଥମ ଦିନରେ ଶିବ ଶକ୍ତି ଛଉ ନୃତ୍ୟ ପ୍ରତିଷ୍ଠାନ ଓ କରତପଟା ଛଉନୃତ୍ୟ ପ୍ରତିଷ୍ଠାନ ମଧ୍ୟରେ ଚାଲିଥିଲା ପ୍ରତିଯୋଗିତା | କଳା ଓ ସଂସ୍କୃତିର କୋହି ଗାଁ ଛଉ ବାଜା ଓ ମହୁରୀ ପେଁକାଳୀ, ଧୂମସା ଶବ୍ଦରେ କମ୍ପି ଉଠୁଛି ପୂରା ଗାଁ ପରିବେଶ | ଉକ୍ତ ଉଦ୍ଘାଟନୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଅବସର ପ୍ରାପ୍ତ କୋଷ୍ଠା ମହାବିଦ୍ୟାଳୟ ର ଅଧକ୍ଷ ନୀଳକଣ୍ଠ ପାତ୍ର ଯୋଗ ଦେଇ ଦୀପ ପ୍ରଜ୍ୱଳନ କରି ଫିତା କାଟି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ |

ଓ ମୁଖ୍ୟ ବକ୍ତା ଭାବରେ ପ୍ରାକ୍ତନ ଶିକ୍ଷକ ତଥା କଳାକାର ବିଷମ୍ବର ଦାସ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବରେ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ କବି ରତ୍ନ ନୂତନ କୁମାର ବେହେରା ଓ କମିଟିର ସଭାପତି ଶରତ ଚନ୍ଦ୍ର ଟିପିରିଆ ଓ ସମ୍ପାଦକ ମୃତ୍ୟୁଞ୍ଜୟ ବେହେରାଙ୍କ ସମେତ ଅଞ୍ଚଳର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ମଞ୍ଚରେ ଉପସ୍ଥିତ ଥିଲେ | ତେବେ ଯୁବ ଛଉ କଳାକାରଙ୍କ ସହ କୁନି କଳାକାରଙ୍କ ସଂଖ୍ୟା ମଧ୍ୟ ବଢୁଛି | ସୁନ୍ଦର ଆଲୋକ ସଜ୍ଜା ଓ ସୁନ୍ଦର ମଞ୍ଚ ମଧ୍ୟରେ ଉଭୟ ଦୋଳ ପକ୍ଷରୁ ପ୍ରଥମ ପର୍ଯ୍ୟାୟରେ ମାୟାଶବରୀ ଓ ମଲ୍ଲୀକା ଅର୍ଜୁନ ବିଷୟରେ ନୃତ୍ୟ ପରିବେଷଣ କରିଥିଲେ ଓ ପରେ ପରେ ଗୋଟିଏ ପରେ ଗୋଟିଏ ଉଭୟ ଦଳ ପକ୍ଷରୁ ନୃତ୍ୟ ପରିବେଷଣ ହୋଇଥିଲା |

ମୟୁରଭଞ୍ଜ ର ଛଉ ନୃତ୍ୟ ଜାତୀୟ ତଥା ଅନ୍ତର୍ଜାତୀୟ ସ୍ତରରେ ପ୍ରସିଦ୍ଧି ଅର୍ଜନ କରିଥିବା ବେଳେ ଚୈତ୍ର ପର୍ବରେ କଳାକାର ଓ ଦର୍ଶକଙ୍କୁ ଏହି ମୋରଡା ଅଞ୍ଚଳର ଐତିହାସିକ କୋହି ଗାଁ କୁ ଟାଣି ଆଣିଥିଲା | ଖୋଲା ଆକାଶ ତଳେ ରାତି ସାରା ସକାଳ ସୂର୍ଯ୍ୟ ଉଦୟ ପର୍ଯ୍ୟନ୍ତ ବିଭିନ୍ନ ପୌରାଣିକ ବିବୃତି ସମ୍ପନ୍ନ ନୃତ୍ୟ ପରିବେଷଣ କୁ ଦର୍ଶକ ଭରପୁର ମଜା ଉଠେଇଥିଲେ |

Leave A Reply

Your email address will not be published.