ମା ଖଣ୍ଡୁରୀ ମେଳା ରେ ବୀଣାପାଣି କଳା ନିକେତନ ସାଂସ୍କୃତିକ କାର୍ଯ୍ୟକ୍ରମ ଲୋକଙ୍କ ମନ ଜିଣିଲା

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ମା ଖଣ୍ଡୁରୀ ମେଳା ରେ ବୀଣାପାଣି କଳା ନିକେତନ ସାଂସ୍କୃତିକ କାର୍ଯ୍ୟକ୍ରମ ଲୋକଙ୍କ ମନ ଜିଣିଲା | ଘଷିପୁରା ବ୍ଲକ ବଡ଼ ପଦନା ମା ଖଣ୍ଡୁରୀ ଙ୍କ ଚଇତି ମେଳାରେ ବୀଣାପାଣି କଳା ନିକେତନ ତରଫରୁ ସାଂସ୍କୃତିକ କାର୍ଯ୍ୟକ୍ରମରେ ହଜାର ହଜାର ଲୋକଙ୍କ ସମାଗମ ଓଡ଼ିଶୀ ନୃତ୍ୟରେ ଲୋକ ମାନଙ୍କ ମନ ମୋହିଲେ ଆନନ୍ଦପୁର ର ବୀଣାପାଣି କଳା ନିକେତନ ର ନୃତ୍ୟ ଶିଳ୍ପୀ ମାନେ |

ଏହି ମେଳା ୭ ଦିନ ଧରି ଚାଲିବ | ବଡପଦନା ଗ୍ରାମ ସହିତ ସୁଆଁପଦା, ସାନପଦନା,ରାମଚନ୍ଦ୍ରପୁର, ଗୋଦରାପାଳ, ଓସ୍ତପାଳ,ଆଇଚିପୁର ଓ କଡମା, ନୁଆ ଗାଁ , ଜରଦା, ଆଦି ଗ୍ରାମର ମହିଳା ମା ଖଣ୍ଡୁରୀ ଙ୍କ ଚଳିତ ବର୍ଷ ମେଳା ୧୯ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ | ପ୍ରତ୍ୟେକ ସନ୍ଧ୍ୟାରେ ଭଜନ ,ଓଡ଼ିଶୀ ନୃତ୍ୟ, ମେଲୋଡି, ଡ୍ୟାନ୍ସଡ୍ୟାନ୍ସ କାର୍ଯ୍ୟକ୍ରମ ପରିବେଷଣ କରିବ ।

ମେଳାରେ ମିନା ବଜାର ସହିତ, ଦୋଳି, ଫାଷ୍ଟଫୁଡ଼ ଷ୍ଟଲ, ବିଭିନ୍ନ ପ୍ରକାର ଷ୍ଟେସନାରୀ ଦୋକାନ ସହିତ ଘରକରଣା ଦୋକାନ ଲାଗିଛି ,ଦର୍ଶକ କିପରି ଶାନ୍ତିଶୃଙ୍ଖଳା ର ସହିତ ମେଳାର ଭରପୂର ମଜ୍ଜା ନେଉଛନ୍ତି | ସେଥିପାଇଁ ବଡପଦନା ଗ୍ରାମବାସୀଙ୍କ ତରଫରୁ ବ୍ୟାପକ ବ୍ୟବସ୍ଥା କରାଯାଇଅଛି ।

Leave A Reply

Your email address will not be published.