ବ୍ରାଉନସୁଗାର ଡିଲ ବେଳେ ମାଡିବସିଲା ଅବକାରୀ ବିଭାଗ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ବ୍ରାଉନସୁଗାର ଡିଲ ବେଳେ ମାଡିବସିଲା ଅବକାରୀ ସାଟେଲାଇଟ ବିଭାଗ। ୧୦ ଲକ୍ଷ ୫୦ ହଜାର ଟଙ୍କାର ବ୍ରାଉନ ସୁଗାର ଜବତ ସହିତ ଯୁବକ ଗିରଫ | ବାଲେଶ୍ବର ଜିଲ୍ଲା ଜଳେଶ୍ବର ଥାନା ନାମ୍ପୋ ପେଟ୍ରୋଲ ପମ୍ପ ନିକଟରେ ଭୋଗରାଇ ଥାନା ସୁନାଧରବଷାଣ ଗ୍ରାମର ସେକ ଅର୍ଶଦ ଆୟୁବ ଧଳା ଜହର ବିକ୍ରି ପାଇଁ ଆସିଥିଲା |

କୌଣସି ସୂତ୍ରରୁ ଖବର ପାଇ ଅବକାରୀ ସାଟେଲାଇଟ ବିଭାଗର ପୋଲିସ ମାଡି ବସି ଥିଲା | ଜଣେ ବେପାରୀ କୁ ଗିରଫ କରିବା ସହ ତାଙ୍କ ନିକଟରୁ ୧୦୫ ଗ୍ରାମର ବ୍ରାଉନ ସୁଗାର ସହ ଗୋଟିଏ ବାଇକ ଜବଦ କରିଛି |

ଜବତ ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ୧୦ ଲକ୍ଷ ୫୦ ହଜାର ଟଙ୍କା ହେବ | ସାଟେଲାଇଟ ବିଭାଗ ପକ୍ଷରୁ ୧୦/୨୪ ମୂଳେ ଯୁବକକୁ ଗିରଫ କରି କୋର୍ଟ ପଠାଇଥିବା ଜଣାପଡିଛି।

Leave A Reply

Your email address will not be published.