ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ସପକ୍ଷରେ ସମର୍ଥନ ଘୋଷଣା

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ସପକ୍ଷରେ ସମର୍ଥନ ଘୋଷଣା ପାଇଁ ଯୁବ ଭାରତ କୃଷକ ସଂଘ ପକ୍ଷରୁ ରାଜ୍ୟ ସଭାପତି ଶ୍ରୀ ପ୍ରଭାକର ନାୟକ | ସାମ୍ବାଦିକ ସମିଳନାରେ ଆଜି ଘସିପୁରା ସ୍ଥିତ ଗାୟତ୍ରୀ ହୋଟେଲ ସଭାଗୃହ ଠାରେ ଘସିପୁରା ବିଧାନସଭାର ସ୍ଵାଧୀନ ପ୍ରାର୍ଥୀ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ସପକ୍ଷରେ ସମର୍ଥନ ଘୋଷଣା ପାଇଁ ଯୁବ ଭାରତ କୃଷକ ସଂଘ ପକ୍ଷରୁ ରାଜ୍ୟ ସଭାପତି ଶ୍ରୀ ପ୍ରଭାକର ନାୟକ କରିଛନ୍ତି । ସଂଘ ପକ୍ଷରୁ ଶ୍ରୀ ନାୟକ ବିବୃତି ଜାରି କରି କହିଛନ୍ତିକି ସାରା ଓଡ଼ିଶାରେ ଘସିପୁରାର ପ୍ରାର୍ଥୀ ଜଣେ କୃଷକମାନଙ୍କର ଦ୍ଵିତାକାଂକ୍ଷୀ ଓ କୃଷକ ଆନ୍ଦୋଳନର ସମର୍ଥକ ବୋଲି ଜଣାଶୁଣା ।

ତାଙ୍କର ବଳିଷ୍ଠ ସମର୍ଥନ କୃଷକ ସଂଗଠନରୁ ପ୍ରେରଣା ଯୋଗାଇ ଆସିଛି ଯାହାକି ସାରା ଓଡ଼ିଶାର କୃଷକ ଭାଇଭଉଣୀମାନଙ୍କ ପାଇଁ ଆଶାର ଝଲକ ଅଟେ । ଶ୍ରୀ ପଟ୍ଟନାୟକଙ୍କ ପରି କୃଷକର ଶୁଭଚିନ୍ତକ ତଥା ଦୃଢ ସମର୍ଥକମାନେ ବିଧାନସଭାକୁ ନିର୍ବାଚିତ ହେଲେ ହିଁ କୃଷକର ସମସ୍ୟା ଦୂର ହେବ ଏବଂ କୃଷକମାନେ ତାଙ୍କ ନ୍ୟାର୍ଯ୍ୟଦାବୀ ଓ ଅଧିକାର ହାସଲ କରିବାରେ ସକ୍ଷମ ହୋଇପାରିବେ । କୃଷକର କଲ୍ୟାଣ ତଥା ସମସ୍ୟାର ସମାଧାନ ପାଇଁ ଅହରହ ସଂଗ୍ରାମ ଜାରୀ ରଖୁଥ‌ିବା ଯୁବ ଭାରତ କୃଷକ ସଂଘର କର୍ମୀମାନେ ଶ୍ରୀ ପଟ୍ଟନାୟକଙ୍କ ସପକ୍ଷରେ ଆଗାମୀ ନିର୍ବାଚନରେ ଭୋଟ ଦେବାକୁ ଚାଷୀଭାଇମାନଙ୍କୁ ବିନମ୍ର ନିବେଦନ କରିବା ସହିତ କୃଷକର ପରମ ଶତ୍ରୁମାନଙ୍କୁ ମୁହଁତୋଡ ଜବାବ ଦେବାକୁ ଆହ୍ୱାନ ଦେଇଛନ୍ତି । ଶ୍ରୀ ନାୟକ କହିଛନ୍ତି କି ଶ୍ରୀ ପଟ୍ଟନାୟକଙ୍କ ପ୍ରାର୍ଥୀତ୍ରକୁ କୃଷକ ସଂଘ ଦୃଢ଼ ସମର୍ଥନ କରେ ଏବଂ ତାଙ୍କ ସପକ୍ଷରେ କୃଷକମାନଙ୍କର ଭୋଟ ପ୍ରଦାନ ପାଇଁ ଚାଷୀମାନଙ୍କ ମଧ୍ୟରେ ଅହେତୁକ ଆଗ୍ରହ ଦେଖାଦେଇଛି । ତାଙ୍କ ପ୍ରତି କୃଷକମାନଙ୍କର ସମର୍ଥନ ବ୍ୟାପକ କରାଯିବା ନେଇ ସଂଘ ପଞ୍ଚାୟତ ଓ ଗ୍ରାମସ୍ତର ଯାଏଁ ପ୍ରଚାର ଅଭିଯାନ ଚଳାଇବ ।

ବିଗତ ଦିନରେ ଶ୍ରୀ ପଟ୍ଟନାୟଙ୍କର କୃଷକ ସମାଜ ପ୍ରତି ଥିବା ଶ୍ରଦ୍ଧା ଓ ସମ୍ମାନକୁ ଗାଁ ଗହଳିକ କୃଷକ କୃଷିକାମାନଙ୍କୁ ଅବଗତ ଜରାଯିବ । ଆମର ଆଶା ଓ ବିଶ୍ବାସ ସାରା ନିର୍ବାଚନମଣ୍ଡଳୀର ଚାଷୀ, ମୂଲିଆ, କ୍ଷେତ୍ର ମଳଦୂର, ଗୋପାଳକ, ପଶୁପାଳକ ଓ ମସ୍‌ଜୀବୀ ଆଦି ସବୁ କୃଷକ ବର୍ଗର ବନ୍ଧୁମାନେ ଶ୍ରୀ ପଟ୍ଟନାୟକଙ୍କୁ ନିର୍ବାଚିତ କରି କୃଷକ ସଂଘର ଗୌରବ ତଥା ଚାଷୀର ଗୌରବକୁ ପ୍ରମାଣିତ କରିବେ । ଶ୍ରୀ ନାୟକ ଆହୁରି ପ୍ରକାଶ କରିଛନ୍ତି କି ସମ୍ପ୍ରତି ନିର୍ବାଚନରେ ଅବତୀର୍ଥ ହୋଇଥିବା ପ୍ରାର୍ଥୀମାନଙ୍କୁ ପ୍ରତିଶୃତି ଦେଇ କୃଷକମାନଙ୍କର ସମର୍ଥନ ହାସଲ କରିବାକୁ ସୂଚନା ଦିଆଯାଇଥିଲା, କିନ୍ତୁ ଅଧୁକାଂଶ ପ୍ରାର୍ଥୀ ପଛୁଆ ମାରୁଛନ୍ତି । ଏହାର କାରଣ ସେମାନଙ୍କ ଭିତରେ କୃଷକମାନଙ୍କ ପ୍ରତି ବିତୃଷ୍ଠା ଭାବ ଭରି ରହିଛି, କିନ୍ତୁ ସେଥ୍ ମଧ୍ୟରୁ ଘସିପୁରା ବିଧାୟକ ପ୍ରାର୍ଥୀ ସୌମ୍ୟବାକୁ ହେଉଛନ୍ତି ନିଆରା । ଏହି ସାମ୍ବାଦିକ ସମ୍ମିଳନୀରେ ସଂଘର ରାଜ୍ୟ ଗଣମାଧମ ସଂଯୋଜକ ପ୍ରଶାନ୍ତ ପୋଥାଳ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.