ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ସିବିଆଇ ଜାଲରେ ଦିଲ୍ଲୀ ପୋଲିସ EOW କନେଷ୍ଟବଳ ଅମିତ ଲହୁଚା। 4 ଲକ୍ଷ 50 ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଗିରଫ କଲା CBI । ଭୁବନେଶ୍ୱରରେ ଜଣେ ସାମ୍ବାଦିକ ଉଦୟନାଥ ସାହୁ ଙ୍କ ଠାରୁ ଲାଞ୍ଚ ନେଉଥିବା ବେଳେ CBI ଗିରଫ କଲା। ଉଦୟକୁମାର ସାହୁଙ୍କୁ ଏକ ମାମଲାରେ ସାକ୍ଷୀଙ୍କ ନାମ ତାଲିକାରୁ ହଟାଇବା ପାଇଁ ଟଙ୍କା ନେଉଥିଲେ।
ଏହି ମାମଲାରେ ଦିଲ୍ଲୀ EoW inspector ସଜନ କୁମାର ମଧ୍ୟ ଗିରଫ। କେସ ନମ୍ବର 74/2016ରେ ଭୁବନେଶ୍ୱରର ଜଣେ ଫ୍ରିଲାନ୍ସ ସାମ୍ବାଦିକ ମୋହିତ ସେଠ ସେହି ସମୟରେ ସାଂସଦ ଥିବା ଯୋଗୀ ଅଦିତ୍ୟନାଥ ଙ୍କର ଜାଲ ଲେଟର ପ୍ୟାଡ଼ ବ୍ୟବହାର କରି ବିଭିନ୍ନ ଶିଳାନୁଷ୍ଠାନ ଠାରୁ କୋଟି କୋଟି ଟଙ୍କା ଆଣିଥିଲେ। ଏ ନେଇ ତାଙ୍କ ବ୍ୟକ୍ତିଗତସଚିବ EOWରେ ମାମଲା ଦେଇଥିଲେ।
ଏହି ମାମଲାରେ Eow ମୋହିତଙ୍କୁ ଗିରଫ କରିଥିଲା। ଏଥିରେ ସାକ୍ଷୀ ରହିଥିଲେ ଭୁବନେଶ୍ୱରର ଉଦୟନାଥ ସାହୁ। ଉଦୟ ନାଥଙ୍କ ନାମରେ ଚାର୍ଜସିଟ ଦେବାକୁ ଧମକ ଦେଇଥିଲେ ଇନ୍ସପେକ୍ଟର ସଜନକୁମାର। ଦିଲ୍ଲୀକୁ ଡାକି ମାମଲା ରଫା ଦଫା କରିବାକୁ 4 ଲକ୍ଷ 50 ହଜାର ଦେବାକୁ କହିଥିଲେ।
ଏ ନେଇ ଉଦୟ ସିବିଆଇ ଭୁବନେଶ୍ୱରରେ ଅଭିଯୋଗକରିଥିଲେ। ଯୋଜନାମୁତାବକ ଅମିତଲହୁଚା ଟାଙ୍କ ନେବାକୁଭୁବନେଶ୍ୱର ଆସିଥିଲେ। ଆଜି ଟଙ୍କା ଦେବା ବେଳେ CBI ମାଡିବସିଲା। ଆଜି ତାଙ୍କୁ କୋର୍ଟଚାଲାଣକରାଯାଇଛି। ସଜନକୁମାରଙ୍କୁ ଦିଲୀରେ ଗିରଫକରାଯାଇଛି। ତାଙ୍କୁ ଭୁବନେଶ୍ୱର ଅଣାଯିବ।