ରାଜ୍ୟର ଏକାଧିକ ଜିଲ୍ଲାରେ ଘନ କୁହୁଡି

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ଶୀତ ସାଙ୍ଗକୁ ଘନ କୁହୁଡି ଜନଜୀବନକୁ ଅସ୍ତବ୍ୟସ୍ତ କରି ପକାଇଛି । ରାଜ୍ୟର ଏକାଧିକ ଜିଲ୍ଲାରେ ଘନ କୁହୁଡି ଦେଖିବାକୁ ମିଳିଛି । ଫଳରେ ଲୋକ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। କିଛି ମିଟର ପରେ ରାସ୍ତା ଦେଖାଯାଉନଥିବା ଯାନବାହନ ଚଳାଚଳରେ ବହୁ ବାଧା ଉପୁଜୁଛି।

ପାଣିପାଗ ବିଭାଗର ଆକଳନ ଅନୁସାରେ ଘନ କୁହୁଡି ପାଇଁ ୧୪ ଜିଲ୍ଲାକୁ ସତର୍କତା ଜାରି କରାଯାଇଛି। ସେପଟେ ଉତ୍ତର ଭାରତରେ ବି ଘନ କୁହୁଡି ଯୋଗୁଁ ବିମାନ ଓ ଟ୍ରେନ ଚଳାଚଳ ପ୍ରଭାବିତ ହୋଇଛି। ଦିଲ୍ଲୀରେ କୁହୁଡି ଯୋଗୁଁ ଦୃଶ୍ୟମାନ କ୍ଷମତା କମିଯିବାରୁ ୩୦ରୁ ଅଧିକ ବିମାନ ବିଳମ୍ବିତ ହୋଇଛି । ସେହିପରି ୧୭ଟି ବିମାନର ଉଡାଣକୁ ରଦ୍ଦ କରିଦିଆଯାଇଛି।

ଦିଲ୍ଲୀ ଆନ୍ତର୍ଜାତୀୟ ବିମାନ ବନ୍ଦରରେ ଯାତ୍ରୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳିଛି। ଘଣ୍ଟା ଘଣ୍ଟା ଧରି ବିମାନ ବିଳମ୍ବିତ ହେଉଥିବାରୁ ଗନ୍ତବ୍ୟସ୍ତଳକୁ ଯାତ୍ରୀମାନେ ଯାଇନପାରି ଅଟଳି ରହିଛନ୍ତି। ପାଗ ଖରାପ ଥିବାରୁ ବିମାନ ଚଳାଚଳ ପ୍ରଭାବିତ ହୋଇଛି। ଦିଲ୍ଲୀରେ ଶୀତ ମଧ୍ୟ ଅଧିକ ଅନୁଭୂତ ହେଉଛି। ସହରରେ ତାପମାତ୍ରା ୫ ଡିଗ୍ରୀକୁ ଖସିଆସିଛି। ସେପଟେ ପ୍ରବଳ କୁହୁଡି ଯୋଗୁଁ ଟ୍ରେନ୍ ଚଳାଚଳ ମଧ୍ୟ ପ୍ରଭାବିତ ହୋଇଛି। ଦୃଶ୍ୟମାନ କ୍ଷମତା କମିଯାଇଥିବାରୁ ଦିଲ୍ଲୀ ଯାଉଥିବା ୩୦ଟି ଟ୍ରେନ୍ ବିଳମ୍ବରେ ଚାଲୁଛି।

Leave A Reply

Your email address will not be published.