ଜାଗର ଯାତ୍ରା ପାଇଁ ଚଳଚଞ୍ଚଳ ଶୈବପୀଠ: ଓମ୍‌ ନମଃ ଶିବାୟ ଧ୍ୱନିରେ କମ୍ପୁଛି ଶିବାଳୟ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ):   ଆଜି ମହାଶିବରାତ୍ରୀ । ଜାଗର ଯାତ୍ରା ପାଇଁ ଚଳଚଞ୍ଚଳ ଶୈବପୀଠ । ଓମ୍‌ ନମଃ ଶିବାୟ ଧ୍ୱନିରେ କମ୍ପୁଛି ଶିବାଳୟ । ଭୁବନେଶ୍ୱର ଶ୍ରୀଲିଙ୍ଗରାଜଙ୍କ ପୀଠରେ ଭକ୍ତିମୟ ପରିବେଶ । ରାତି ୧୦ଟାରେ ଉଠିବ ମହାଦୀପ । ସକାଳୁ ସକାଳୁ ଶ୍ରଦ୍ଧାଳୁ ଲିଙ୍ଗରାଜଙ୍କୁ ଦର୍ଶନ କରୁଛନ୍ତି । ଶୃଙ୍ଖଳିତ ଦର୍ଶନ ପାଇଁ ବ୍ୟାରିକେଡ୍‌ ବ୍ୟବସ୍ଥା କରିଛି ପ୍ରଶାସନ । ଗଙ୍ଗାଯମୁନା ଛକରୁ ଧାଡି ବାନ୍ଧି ବାବାଙ୍କୁ ଦର୍ଶନ କରୁଛନ୍ତି ଭକ୍ତ । ପ୍ରବଳ ସମାଗମ ଦେଖି କମିଶନରେଟ ପୋଲିସ ତରଫରୁ କଣ୍ଟ୍ରୋଲ ରୁମ୍‌ର ବ୍ୟବସ୍ଥା ହୋଇଛି । ୧୩ଟି ସ୍ଥାନରେ କରାଯାଇଛି ଗାଡି ପାର୍କିଂର ସୁବିଧା । ଲିଙ୍ଗରାଜ ମନ୍ଦିରରେ ସୁରକ୍ଷା ଦୃଷ୍ଟିରୁ ୩୨ ପ୍ଲାଟୁନ୍‌ ଫୋର୍ସ ମୁତୟନ ହୋଇଛନ୍ତି ।

ସେହିପରି ପ୍ରସିଦ୍ଧ ଶୈବପୀଠ ପୁରୀର ଲୋକନାଥଙ୍କ ମନ୍ଦିରରେ ବି ମହାଆଡମ୍ବରରେ ପାଳିତ ହେଉଛି ଜାଗର ଯାତ୍ରା । ହଜାର ହଜାର ଭକ୍ତଙ୍କ ସମାଗମ ଆଶା କରାଯାଉଛି । ଲୋକନାଥ ପୀଠରେ ଚଳିତବର୍ଷ ଭକ୍ତମାନେ ଭିତରକାଠ ନିକଟରୁ ଦର୍ଶନ କରିବାର ବ୍ୟବସ୍ଥା ହୋଇଛି । ଏଠାରେ ରାତି ୩ଟାରୁ ଭୋର ୪ଟା ମଧ୍ୟରେ ମହାଦୀପ ଉଠିବ । ଅନ୍ୟପଟେ ରାଜ୍ୟର ମହାଶିବରାତ୍ରୀ ପାଇଁ ଚଳଚଞ୍ଚଳ ରାଜ୍ୟର ପ୍ରାଚୀନ ଓ ପ୍ରସିଦ୍ଧ ଶୈବ ପୀଠ କପିଳାସ । ମହାପ୍ରଭୁ ଶ୍ରୀଶ୍ରୀ ଚନ୍ଦ୍ରଶେଖରଙ୍କ ଦର୍ଶନ ପାଇଁ ଏ ବର୍ଷ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ଆଗମନ ହେବାର ସମ୍ଭାବନା ରହିଛି । ଭୋର ୪ଟା ରୁ ୪ଟା ୩୦ ମିନିଟରେ ମହାଦୀପ ଉଠିବା ପରେ ହରିହର ଭେଟ ହେବ । ସେହିପରି ଭଦ୍ରକର ଆରଡି, ଆଠଗଡର ବାବା ଧବଳେଶ୍ୱର, କୋରାପୁଟର ଗୁପ୍ତେଶ୍ୱର, ନୟାଗଡ଼ ଶରଣକୂଳର ବାବା ଲଡୁବାବାଙ୍କ ସମେତ ରାଜ୍ୟର ବିିଭିନ୍ନ ଶିବ ମନ୍ଦିରରେ ଜାଗର ଯାତ୍ରା ପାଇଁ ବ୍ୟାପକ ଆୟୋଜନ କରାଯାଇଛି । ..

Leave A Reply

Your email address will not be published.