ବାଲେଶ୍ୱର: କନ୍ୟାଶ୍ରମରେ ଖାଦ୍ୟ ଖାଇ ଜଣେ ମୃତ ଓ ୨୬ ଅନ୍ତେବାସୀ ଅସୁସ୍ଥ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): କନ୍ୟାଶ୍ରମରେ ଖାଦ୍ୟ ଖାଇ ଜଣେ ମୃତ। ଅନ୍ୟ ୨୬ ଅନ୍ତେବାସୀ ଅସୁସ୍ଥ। ବାଲେଶ୍ୱର ଜିଲ୍ଲା ସୋରସ୍ଥିତ ପୁରବାଇ କନ୍ୟାଶ୍ରମରେ ଏଭଳି ଅଭାବନୀୟ ସ୍ଥିତି ଦେଖିବାକୁ ମିଳିଛି। ଗତକାଲି କିଛି ଅନ୍ତେବାସୀ ଖାଦ୍ୟ ଖାଇବା ପରେ ୩ ଜଣଙ୍କର ବାନ୍ତି ହୋଇଥିଲା। ସେମାନଙ୍କୁ ସୋର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଅବସ୍ଥା ସଙ୍କଟାପନ୍ନ ହେବାରୁ ୨ ଜଣଙ୍କୁ ବାଲେଶ୍ଵର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା।

ସେଠାରେ ଚିକିତ୍ସାଧିନ ଅବସ୍ଥାରେ ଦଶମ ଶ୍ରେଣୀ ଛାତ୍ରୀ ରବିନା ସିଂଙ୍କ ମୃତ୍ୟୁ ହୋଇଥିଲା। ଆଜି ଖବର ପାଇ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ଓ ଜିଲ୍ଲା ଖାଦ୍ୟ ସୁରକ୍ଷା ବିଭାଗ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ କରିଥିଲେ। କିନ୍ତୁ ଆଜି ପୁଣି ୨୬ଜଣ ଅନ୍ତେବାସୀ ଅସୁସ୍ଥ ହେବାରୁ ସେମାନଙ୍କୁ ସୋର ଡାକ୍ତରଖlନାରେ ଭର୍ତ୍ତି କରାଯାଇଛି। ସେମାନଙ୍କ ମଧ୍ୟରୁ ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବାଲେଶ୍ୱର ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଅନ୍ୟମାନଙ୍କ ଅବସ୍ଥା ସ୍ଥିରରହିଥିବା କୁହାଯାଇଛି। ଖାଦ୍ୟ ବିଷାକ୍ତ ହେବା କାରଣରୁ ଏଭଳି ଘଟିଥିବା ସନ୍ଦେହ କରାଯାଉଛି।.

Leave A Reply

Your email address will not be published.