୨୦୨୪ରେ ପ୍ରତ୍ୟକ୍ଷ ନିର୍ବାଚନକୁ ଫେରିବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ,୧୫ ବର୍ଷ ପରେ ନିର୍ବାଚନ ମଇଦାନକୁ ଓହ୍ଲାଇବେ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ):  ୨୦୧୮ରୁ ମଧ୍ୟପ୍ରଦେଶରୁ ରାଜ୍ୟସଭା ସଦସ୍ୟ ଅଛନ୍ତି ଧର୍ମେନ୍ଦ୍ର। ୨୦୧୨ରୁ ୨୦୧୮ ମଧ୍ୟରେ ବିହାରରୁ ରାଜ୍ୟସଭା ସାଂସଦ ଥିଲେ। ଏହା ପୂର୍ବରୁ, ଆସନ୍ତୁ ନଜର ପକାଇବା ଓଡ଼ିଶା ରାଜନୀତିରେ କେବେ କେବେ ନିର୍ବାଚନ ଲଢିଥିଲେ ଧର୍ମେନ୍ଦ୍ର। ୨୦୦୦ ମସିହାରେ ପ୍ରଥମ କରି ବିଧାନସଭା ନିର୍ବାଚନ ପାଲଲହଡା ଆସନରୁ ଲଢିଥିଲେ। ୪୦ ହଜାର ୩୬୧ ଖଣ୍ଡ ଭୋଟ୍‌ ସେ ପାଇଥିଲେ। ସେତେବେଳେ କଂଗ୍ରେସର ପ୍ରାର୍ଥୀ ନୃସିଂହ ସାହୁଙ୍କୁ ୩୦ ହଜାର ୪୮୨ ଖଣ୍ଡ ଭୋଟ୍‌ ମିଳିଥିଲା। ୯ ହଜାର ୮୭୯ଖଣ୍ଡ ଭୋଟ୍‌ ବ୍ୟବଧାନରେ ବିଜୟୀ ହୋଇଥିଲେ ଧର୍ମେନ୍ଦ୍ର।

୨୦୦୪ରେ ମସିହାରେ ବିଧାନସଭା ନଲଢି ସେ ଲୋକସଭା ନିର୍ବାଚନ ଲଢିଥିଲେ। ଦେବଗଡ଼ ଲୋକସଭା ଆସନରୁ ସେ ପ୍ରାର୍ଥୀ ହୋଇଥିଲେ। ଧର୍ମେନ୍ଦ୍ରଙ୍କୁ ମିଳିଥିଲା ୪ ଲକ୍ଷ ୨୬ ହଜାର ୯୨ ଖଣ୍ଡ ଭୋଟ୍‌। ସେହିଭଳି କଂଗ୍ରେସର ଶ୍ରୀବଲ୍ଲଭ ପାଣିଗ୍ରାହୀଙ୍କୁ ମିଳିଥିଲା ୩ ଲକ୍ଷ ୪୬ ହଜାର ୯୯୬ ଖଣ୍ଡ ଭୋଟ୍‌। ୭୯ ହଜାରରୁ ଅଧିକ ଭୋଟ୍‌ ମାର୍ଜିନ ବିଜୟୀ ହୋଇଥିଲେ ଧର୍ମେନ୍ଦ୍ର। ପୂର୍ବରୁ ତାଙ୍କ ବାପା ଡାକ୍ତର ଦେବେନ୍ଦ୍ର ପ୍ରଧାନ ଏହି ଆସନରୁ ୧୯୯୮ ଓ ୧୯୯୯ ସାଧାରଣ ନିର୍ବାଚନରେ ବିଜୟୀ ହୋଇଥିଲେ। ୨୦୦୯ରେ ପୁଣିଥରେ ବିଧାନସଭା ନିର୍ବାଚନ ଲଢିଥିଲେ ଧର୍ମେନ୍ଦ୍ର ପ୍ରଧାନ। ପାଲଲହଡ଼ା ଆସନରୁ ସେ ପ୍ରାର୍ଥୀ ହୋଇଥିଲେ। ବିଜେଡିର ରବି ନାରାୟଣ ପାଣିଙ୍କୁ ୪୦ ହଜାର ୯୮୦ ଖଣ୍ଡ ଭୋଟ୍‌ ମିଳିଥିଲା ବେଳେ ଧର୍ମେନ୍ଦ୍ର ପ୍ରଧାନ ୩୫ ହଜାର ୫୧୩ ଖଣ୍ଡ ଭୋଟ୍‌ ମିଳିଥିଲା। ୫ ହଜାର ୪୬୭ ଖଣ୍ଡ ଭୋଟ୍‌ ବ୍ୟବଧାନରେ ହାରିଥିଲେ ଧର୍ମେନ୍ଦ୍ର। ୧୫ ବର୍ଷ ପରେ ପୁଣିଥରେ ନିର୍ବାଚନ ମଇଦାନକୁ ଓହ୍ଲାଇବା ପାଇଁ ସଙ୍କେତ ଦେବା ପରେ ରାଜ୍ୟ ବିଜେପି ମଧ୍ୟ ଉତ୍ସାହିତ।

ଧର୍ମେନ୍ଦ୍ର ଯେଉଁ ଦୁଇଟି ପ୍ରତ୍ୟକ୍ଷ ନିର୍ବାଚନ ଜିତିଥିଲେ ସେତେବେଳେ ବିଜେଡି-ବିଜେପି ମେଣ୍ଟ ଥିଲା। ମେଣ୍ଟ ଭାଙ୍ଗିଥିଲା ୨୦୦୯ରେ। ଆଉ ୨୦୦୯ ନିର୍ବାଚନ ହାରିଥିଲେ। ଏବେ ରାଜ୍ୟ ବିଜେପିର କହିବା କଥା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନିର୍ବାଚନ ଲଢିଲେ ବିଜେପିକୁ ଫାଇଦା ହେବ। ସେପଟେ ନିର୍ବାଚନ ପ୍ରକ୍ରିୟାରେ ସାମିଲ ହେବା ପାଇଁ କାହାରିକୁ ମନା ନାହିଁ। ଯିଏ ଠିଆ ହେଉ କି ନହେଉ ବିଜେଡି ଉପରେ ଏହାର କୌଣସି ପ୍ରଭାବ ପଡ଼ିବ ନାହିଁ ବୋଲି ବିଜେଡି କହିଛି। n୨୦୧୯ ନିର୍ବାଚନରେ ଦୁଇ ଦୁଇଟି ସ୍ଥାନର ପ୍ରାର୍ଥୀ ହୋଇ ବିଜେଡି ସୁପ୍ରିମୋ ରାଜ୍ୟ ରାଜନୀତି ହଇଚଇ ସୃଷ୍ଟି କରିଥିଲେ। ଏଥର କେନ୍ଦ୍ରମନ୍ତ୍ରୀ ନିର୍ବାଚନ ମଇଦାନକୁ ଓହ୍ଲାଇଲେ ରାଜ୍ୟ ରାଜନୀତିରେ ଲଢେଇ ବେଶ ରୋଚକ ହେବ ଏଥିରେ ସନ୍ଦହେ ନାହିଁ।

Leave A Reply

Your email address will not be published.