ଓସ୍କାର ଦୌଡ଼ରେ ଚଳଚ୍ଚିତ୍ର ଜଙ୍ଗଲ କ୍ରାଏ, ମଙ୍ଗଳବାର ନାମାଙ୍କନ ଘୋଷଣା ପରେ ସ୍ପଷ୍ଟ ହେବ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ):  କିସ୍‍ ୧୪ବର୍ଷରୁ କମ୍‍ ରଗ୍‍ବୀ ଦଳ ୨୦୦୭ରେ ବିଶ୍ବକପ୍ ହାସଲ କରିବା ପରେ ଏହି ସତ୍ୟ ଘଟଣା ଉପରେ ଆଧାରିତ ଚଳଚ୍ଚିତ୍ର ଜଙ୍ଗଲ କ୍ରାଏ ଓସ୍କାର ପୁରସ୍କାର ଦୌଡ଼ରେ ସାମିଲ ହୋଇଛି। ମଙ୍ଗଳବାର ନାମାଙ୍କନ ଘୋଷଣା ପରେ ଏହା ସ୍ପଷ୍ଟ ହେବ। ମାର୍ଚ୍ଚ ୧୨ ତାରିଖରେ ହଲିଉଡ୍‍ ଡଲ୍‍ବି ଥିଏଟରରେ ପ୍ରଦର୍ଶିତ ହେବାକୁ ଥିବା ୯୫ତମ ଆକାଡେମୀ ଆୱାର୍ଡ ପାଇଁ ଜଙ୍ଗଲ କ୍ରାଏ ପକ୍ଷରୁ ସମସ୍ତ ବିଭାଗରେ ଆନୁଷ୍ଠାନିକ ଭାବେ ପ୍ରଚାର ଅଭିଯାନ ଆରମ୍ଭ କରିଛି।
କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ଜୀବନୀକୁ ନେଇ ଶ୍ରୀ ସାମନ୍ତ ବିନାଦେୟ ସମସ୍ତ ସୁବିଧା ଯୋଗାଇ କିଭଳି ଅବହେଳିତ ଜନଜାତି ଛାତ୍ରଛାତ୍ରୀଙ୍କୁ ରଗ୍‍ବୀରେ ବିଶ୍ୱ ଚାମ୍ପିଅନ୍‍ କରାଇପାରିଛନ୍ତି ତାହା ଉପରେ ଚଳଚ୍ଚିତ୍ରଟି ପର୍ଯ୍ୟବେସିତ। ସଂଯୋଗବଶତଃ କିସ୍‍ ଛାତ୍ର ତଥା ସେତେବେଳର କିସ୍‍ ରଗ୍‍ବୀ ଦଳର ଖେଳାଳି ଏବଂ ଭାରତର ରାଷ୍ଟ୍ରପତି ଦୌପଦୀ ମୁର୍ମୁଙ୍କ ଜ୍ୱାଇଁ ଗଣେଶ ହେମ୍ବ୍ରମ୍‍ ଏହି ଚଳଚ୍ଚିତ୍ରର ମୁଖ୍ୟ ପ୍ରେରଣା ଥିଲେ।

ପ୍ରଶାନ୍ତ ସାହ, ଯଶୱନ୍ତ ସିଂହ ଓ ସବିର୍‍ ବକ୍‍ସୱାଲାଙ୍କ ପ୍ରଯୋଜିତ ଓ ସାଗର ବାଲାରିଙ୍କ ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ରରେ ଅଭୟ ଦେଓଲ, ଏମିଲି ସାହ, ଅତୁଲ କୁମାର, ଷ୍ଟେଓର୍ଟ ରାଇଟ ଏବଂ ଜୁଲିଆନ୍‍ ଲେୱିସ୍‍ ଜୋନ୍‍ସ ପ୍ରମୁଖ ଅଭିନୟ କରିଥିବା ବେଳେ ଉଭୟ ଇଂଲଣ୍ଡ ଓ ଭାରତରେ ଏହାର ଶୁଟିଂ ହୋଇଥିଲା। ଇତି ମଧ୍ୟରେ ସ୍ୱେଡେନ୍‍ ଚଳଚ୍ଚିତ୍ର ସମ୍ମାନ-୨୦୨୧, ମାଇକୋନୋସ୍‍ ଫିଲ୍ମ ଫେଷ୍ଟିଭାଲ, କାନ୍‍ସ ୱାର୍ଲ୍ଡ ଫିଲ୍ମ ଫେଷ୍ଟିଭାଲ-୨୦୨୧ର ଅନେକ କ୍ୟାଟେଗୋରୀରେ ପୁରସ୍କୃତ ହେବା ସହ ଏକାଦଶ ଦାଦା ସାହେବ ଫାଲ୍‍କେ ଇଣ୍ଟରନ୍ୟାସ୍‍ନାଲ୍‍ ଫିଲ୍ମ ଫେଷ୍ଟିଭାଲରେ ମଧ୍ୟ ପୁରସ୍କୃତ ହୋଇସାରିଛି।

Leave A Reply

Your email address will not be published.