କଣାସରେ ଝାଡ଼ାବାନ୍ତି: ଆଜି ଆଉ ଜଣଙ୍କର ଜୀବନ ଗଲା

0

ଓଡ଼ିଆ ନ୍ୟୁଜ୍: ପୁରୀ ଜିଲ୍ଲାର କଣାସରେ ଥମିବାରେ ନାଁ ଧରୁନି ଝାଡ଼ାବାନ୍ତି। ଆଜି ଆଉ ଜଣଙ୍କର ମୃତ୍ୟୁ ହୋଇଛି। ଫଳରେ ମୃତ୍ୟୁ ସଂଖ୍ୟା ୬କୁ ବୃଦ୍ଧି ପାଇଛି। ମୃତକ ହେଲେ କଣାସ ବ୍ଲକର ଜାଗୁଳେଇପଦର ଗ୍ରାମର ବାସିନ୍ଦା କୃଷ୍ଣ ବେହେରାଙ୍କ ପତ୍ନୀ ଜହ୍ନି ବେହେରା। ସେ ଡାଇରିଆରେ ଆକ୍ରାନ୍ତ ହୋଇ ହାଇଟେକ ହସ୍ପିଟାଲରେ ଚିକିତ୍ସାଧୀନ ଥିଲେ । ଆଜି ହସ୍ପିଟାଲରେ ତାଙ୍କର ମୃତ୍ୟୁ ଘଟିଛି।

ଏହି ଘଟଣାରେ ବିଜୁ ଜନତା ଦଳର କାର୍ଯ୍ୟକ୍ରମ ରୂପାୟନ କମିଟିର ଆବାହକ ତଥା ପୂର୍ବତନ ମନ୍ତ୍ରୀ ସଞ୍ଜୟ ଦାସବର୍ମା ଏହି ଘଟଣାରେ ୬ ଜଣଙ୍କ ମୃତ୍ୟୁ ଘଟିବାକୁ ନେଇ ଦୁଃଖ ପ୍ରକାଶ କରିବା ସହିତ ମୃତକଙ୍କ ପରିବାର ପ୍ରତି ସମବେଦନା ଜ୍ଞାପନ କରିଛନ୍ତି।

Leave A Reply

Your email address will not be published.