ମୋକିମଙ୍କୁ ଭେଟିଲେ ଦିଲୀପ ରାୟ

0

­ଓଡ଼ିଆ ନ୍ୟୁଜ୍: ମହମ୍ମଦ ମୋକିମ୍‌ଙ୍କ ବାସଭବନରେ ସାଂସଦ ଦିଲ୍ଲୀପ ରାୟ। ମୋକିମ୍‌ ଓ ବିଧାୟିକା ସୋଫିଆ ଫିର୍ଦ୍ଦୋସଙ୍କୁ ଭେଟି ଜଣାଇଲେ କୃତଜ୍ଞତା। ରାଜ୍ୟସଭା ନିର୍ବାଚନରେ ସହଯୋଗ ଓ ସମର୍ଥନ ପାଇଁ ଧନ୍ୟବାଦ ଦେଲେ ଦିଲ୍ଲୀପ। ସୋଫିଆ ଓ ମୋକିମ୍‌ଙ୍କ ସହଯୋଗରେ ମୁଁ ରାଜ୍ୟସଭାରେ ଜିତିଲି। ଅନ୍ୟ କୌଣସି ରାଜନୈତିକ ଉଦ୍ଦେଶ୍ୟ ନଥିଲା କହିଲେ। ଦିଲ୍ଲୀପଙ୍କ କଟକ ଗସ୍ତ ଓ ମୋକିମ୍‌ଙ୍କ ସହ ଆଲୋଚନାକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା। ଆଜି ସକାଳୁ ଦିଲ୍ଲୀପ ରାୟ ମା କଟକ ଚଣ୍ଡୀଙ୍କ ଦର୍ଶନ କରିବା ପରେ ସିଧା ମୋକିମଙ୍କ ବାସଭବନକୁ ଯାଇଥିଲେ। ସେଠାରେ ଦିଲ୍ଲୀପ ରାୟ ମୋକିମ୍ ଓ ସୋଫିଆଙ୍କୁ ଭେଟି ବେଶ୍ କିଛି ସମୟ ଆଲୋଚନା କରିଥିଲେ। ଏହି ସାକ୍ଷାତ ଆଲୋଚନା ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଦିଲ୍ଲୀପ କହିଛନ୍ତି,ମତେ ଭୋଟ ଦେଇ ଥିବାରୁ ମୁଁ କେବଳ କୃତଜ୍ଞତା ଜଣାଇବାକୁ ଆସିଥିଲି। ସୋଫିଆ ଓ ମୋକିମ୍ ଭାଇଙ୍କ ସହଯୋଗ ପାଇଁ ମୋର ଵିଜୟ ହେଲା। ତେଣୁ ତାଙ୍କୁ କୃତଜ୍ଞତା ଜଣାଇଵା ମୋର କର୍ତ୍ତବ୍ୟ । ଏହି ଗସ୍ତରେ କୌଣସି ରାଜନୈତିକି ଉଦ୍ଦେଶ୍ୟ ନାହିଁ ।

ସେପଟେ ସେପଟେ ଦିଲ୍ଲୀପ ରାୟଙ୍କ ସହ ସାକ୍ଷାତ ନେଇ ମୋକିମ କହିଛନ୍ତି ଯେ, ଦିଲ୍ଲୀପ ରାୟଙ୍କ ସହିତ ମୋର ସମ୍ପର୍କ ବହୁ ପୁରୁଣା। ଏହା କୌଣସି ରାଜନୈତିକ ଗସ୍ତ ନ ଥିଲା। ଦିଲ୍ଲୀପ ରାୟ ମା କଟକ ଚଣ୍ଡୀଙ୍କ ଦର୍ଶନ ପାଇଁ ଆସିଥିଲେ। ତେଣୁ ଫୋନ କରି ଘରକୁ ଆସିଲେ।

Leave A Reply

Your email address will not be published.