ଝାରସୁଗୁଡ଼ା ଉପନିର୍ବାଚନରେ ବାଜି ମାରିଲା ବିଜେଡି, ଟଙ୍କଧରଙ୍କୁ ପରାସ୍ତ କଲେ ଦୀପାଳି

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଝାରସୁଗୁଡ଼ାରେ ଶଙ୍ଖନାଦ । ଉପନିର୍ବାଚନରେ ବାଜି ମାରିଲା ବିଜେଡି । ୪୮ହଜାର ୭୨୧ ଖଣ୍ଡ ଭୋଟ୍‌ ବ୍ୟବଧାନରେ ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀଙ୍କୁ ପରାସ୍ତ କରିଛନ୍ତି ଦୀପାଳି । ତାଙ୍କୁ ମୋଟ୍‌ ୧ଲକ୍ଷ ୭ହଜାର ୧୯୮ ଖଣ୍ଡ ଭୋଟ୍‌ ମିଳିଛି । ଟଙ୍କଧର ତ୍ରିପାଠୀଙ୍କ ଖାତାରେ ପଡ଼ିଛି ୫୮ହଜାର ୪୭୭ ଭୋଟ୍‌ । ଅମାନତ ହରାଇଛନ୍ତି କଂଗ୍ରେସ ପ୍ରାର୍ଥୀ ତରୁଣ ପାଣ୍ଡେ । ତାଙ୍କୁ ମିଳିଛି ମାତ୍ର ୪ହଜାର ୪୯୬ ଭୋଟ୍‌ ।

ବାପା ନବ ଦାସଙ୍କ ଅପେକ୍ଷା ୮ହଜାର ୫୭୮ ଖଣ୍ଡ ଅଧିକ ଭୋଟ୍‌ । ରେକର୍ଡ ବିଜୟ ପରେ ଝାରସୁଗୁଡ଼ାରେ ଜୋରଦାର ସେଲିବ୍ରେସନ୍‌ ଚାଲିଛି । ଦୀପାଳି କହିଛନ୍ତି, ଝାରସୁଗୁଡ଼ାବାସୀ ତାଙ୍କ ଉପରେ ବିଶ୍ୱାସ ଦେଖାଇଛନ୍ତି । ସେ କାମ କରି ଦେଖାଇବେ । ବିକାଶର ଦୀପାବଳି ଜାଳିବାକୁ କେହି ଅଟକାଇପାରିବେ ନାହିଁ । ତାଙ୍କ ଉପରେ ମୁଖ୍ୟମନ୍ତ୍ରୀଙ୍କ ଆଶୀର୍ବାଦ ଓ ଲୋକଙ୍କ ଭଲ ପାଇବା ରହିଛି । ଆଜି ତାଙ୍କ ବାପା ଥିଲେ ବହୁତ ଖୁସି ହୋଇଥାନ୍ତେ । ଝାରସୁଗୁଡ଼ାବାସୀ ପରିବାର ଭଳି ଠିଆ ହୋଇଛନ୍ତି । ତାଙ୍କ ପାଇଁ ଓ ପରିବାର ପାଇଁ ଆଜି ବହୁତ ବଡ଼ ଦିନ

Leave A Reply

Your email address will not be published.