ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଜିଲ୍ଲା କଂଗ୍ରେସ ଜାରିକଲା ନିର୍ବାଚନୀ ମେନିଫେଷ୍ଟୋ । ଆସନ୍ତା ସାଧରଣ ନିର୍ବାଚନ ପାଇଁ କୋରାପୁଟ ଜିଲ୍ଲା କଂଗ୍ରେସ୍ ପକ୍ଷରୁ ଜାରି ହେଲା ନିର୍ବାଚନୀ ଲିଖିତ ଜନସାଧାରଣଙ୍କ ପାଇଁ ଘୋଷଣା। ଆଜି ଜିଲ୍ଲା କଂଗ୍ରେସ କାର୍ଯ୍ୟଳୟ ପରିସରରେ ଜିଲ୍ଲା କଂଗ୍ରେସ ସଭାପତି ଶଶୀଭୂଷଣ ପାତ୍ର ଙ୍କ ଅଧ୍ୟକ୍ଷତାରେ ଏକ ସାମ୍ୱାଦିକ ସମ୍ମିଳନୀର ଆୟଜନ ହୋଇଥିଲା। ଏହି ସଭାରେ ମୁଖ୍ୟ ଅତିଥି ରୂପେ ପ୍ରାକ୍ତନ ସ୍ଥାନୀୟ ବିଧାୟକ ବାହିନୀପତି ଯୋଗ ଦେଇ କଂଗ୍ରେସ ଦଳର ନିର୍ବାଚନୀ ଇସ୍ତାହାର ଘୋଷଣା କରିଥିଲେ।
ଏହି ଇସ୍ତାହାରରେ ୯ ଗୋଟି ମୁଖ୍ୟ ବିଷୟକୁ ନେଇ ଘୋଷଣା କରାଯାଇଛି। ଏହି ଘୋଷଣାନାମରେ ଚାଷୀ ମାନଙ୍କ ପାଇଁ ଧାନର କ୍ରୟ ପାଇଁ ସହାୟକ ମୂଲ୍ୟ ଟ-୩୦୦୦ ଏବଂ କୃଷି ଋଣ ଛାଡ। ପ୍ରତ୍ୟେକ ଘରୋଇ ଉପଭୋକ୍ତା ମାନଙ୍କ ପାଇଁ ୨୦୦ ୟୁନିଟ୍ ବିଦ୍ୟୁତ୍ ଦେୟ ଛାଡ। ବେକାରୀ ମାନଙ୍କ ପାଇଁ ମାସିକ ଭତ୍ତା ୩୦୦୦ ଟଙ୍କା। ୫ ଲକ୍ଷ ଯୁବଯୁବତୀଙ୍କ ପାଇଁ ନିଯୁକ୍ତି ବ୍ୟବସ୍ଥା। ସମସ୍ତ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀଙ୍କ ବ୍ୟାଙ୍କ୍ ଋଣ ଛାଡ଼। ଗୃହଲକ୍ଷ୍ମୀ ଯୋଜନା ମାଧ୍ୟମରେ ପ୍ରତ୍ୟେକ ଘରର ମୁଖ୍ୟ ମହିଳାଙ୍କୁ ମାସିକ ଭତ୍ତା ୨୦୦୦ ଟଙ୍କା। ପ୍ରତି ପରିବାରକୁ ମାସକୁ ୫୦୦ ଟଙ୍କାରେ ଗୋଟିଏ ସିଲିଣ୍ଡର। ସରକାରୀ କର୍ମଚରୀଙ୍କ ସମେତ ସମସ୍ତଙ୍କ ପାଇଁ ୨୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସରକାରୀ ଓ ବେସରକାରୀ ଚିକିତ୍ସାଳୟରେ ମାଗଣା ଚିକିତ୍ସା।
ବାର୍ଦ୍ଧକ୍ୟ ଭତ୍ତା, ବିଧବା ଭତ୍ତା, ବିକଳାଙ୍ଗ ଭତ୍ତା ମାସକୁ ୨୦୦୦ ଟଙ୍କା। ରାଜ୍ୟରେ ଜାତିଭିତ୍ତିକ- ସାମାଜିକ ଓ ଆର୍ଥିକ ସର୍ଭେ ପୂର୍ବରୁ ତୁରନ୍ତ ଶିକ୍ଷାନୁଷ୍ଠାନ ଓ ଚାକିରୀ କ୍ଷେତ୍ରରେ ପଛୁଆ ବର୍ଗ ପାଇଁ ୨୭% ସଂରକ୍ଷଣ ବ୍ୟବସ୍ଥା ଆଦି ଘୋଷଣା ଜାରି କରାଯାଇଛି। ଆଜିର ଏହି ସଭା କାର୍ଯ୍ୟ ରେ ଅନ୍ୟ ମାନଙ୍କ ମଧ୍ୟରେ ଜୟପୁର ପୌରପାଳିକା ଅଧ୍ୟକ୍ଷ ନରେନ୍ଦ୍ର କୁମାର ମହାନ୍ତି, ବିନୋଦ ମହାପାତ୍ର,ନିହାର ବିଶୋଇ,ସନ୍ଦିପ୍ ସାମନ୍ତରାୟ, ଭବାନୀ ଶଙ୍କର ଆଚାର୍ଯ୍ୟ ପ୍ରମୁଖଙ୍କ ଉପସ୍ଥିତି ଥିଲେ।