କରିଲୋପାଟଣା ଠାରୁ ତେଣ୍ଡାକୁଡା ପର୍ଯ୍ୟନ୍ତ ପୋଲିସର ପ୍ଲାଗ ମାର୍ଚ୍ଚ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): କରିଲୋପାଟଣା ଠାରୁ ତେଣ୍ଡାକୁଡା ପର୍ଯ୍ୟନ୍ତ ପୋଲିସର ପ୍ଲାଗ ମାର୍ଚ୍ଚ | କେନ୍ଦ୍ରାପଡ଼ା ଜିଲ୍ଲା ପାଟକୁରା ନିର୍ବାଚନ ମଣ୍ଡଳୀର ଆଗାମୀ ସାଧାରଣ ନିର୍ବାଚନକୁ ନଜର ରଖି ପାଟକୁରା ନିର୍ବାଚନ ମଣ୍ଡଳୀର କୁଦାନଗରୀ ପୋଲିସ ମିଳିତ ଭାବେ ଫ୍ଲାଗ ମାର୍ଚ୍ଚ କରାଯାଇଛି |

ଦୁଈ ପ୍ଲାଟୁନ ପୋଲିସ୍ ଫୋର୍ସ କୁଦାନଗରୀ ପୋଲିସ ପକ୍ଷରୁ କୁଦାନଗରୀ ଥାନା ଅର୍ନ୍ତଗତ କରିଲେପାଟଣା ଠାରୁ ତେଣ୍ଡାକୁଡା ପର୍ଯ୍ୟନ୍ତ ଫ୍ଲାଗ ମାର୍ଚ୍ଚ କରାଯାଇଥିଲା | ସାଧାରଣ ନିର୍ବାଚନରେ କୌଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ନ ହେବାପାଇଁ ନିର୍ବାଚନ ଆୟୋଗ ପକ୍ଷରୁ ଶାନ୍ତି ଶୃଙ୍ଖଳା ରକ୍ଷା କରାଯାଇ ପାରିବ | ସେଥିପାଇଁ ଜନ ଗହଳି ପୂର୍ଣ୍ଣ ସ୍ଥାନ ଓ ସମ୍ବେଦନ ଶିଳ ସ୍ଥାନ ଗୁଡିକରେ ପ୍ଲାଗ ମାର୍ଚ୍ଚ କରାଯିବ |

ନିର୍ବାଚନ ସମୟରେ ଅପରାଧିକ କାର୍ଯ୍ୟକଳାପରୁ ଦୁରେଇ ରହିବା ସହ ଶାନ୍ତି ଶୃଙ୍ଖଳାରେ ନିଜ ମତଦାନ ସାବ୍ୟସ୍ତ କରିବେ ସେଥିପାଇଁ ପ୍ଲାଗ ମାର୍ଚ୍ଚ ଦ୍ଵାରା ଲୋକମାନଙ୍କୁ ସଚେତନ କରାଇଥିଲେ। କୁଦାନଗରୀ ଥାନା ଅଧିକାରିଣୀ ଅମ୍ବିକା ପ୍ରସାଦ ଦାସ,  ସଵନ୍ସିପେଟର ବିଭୁପ୍ରସାଦ ରାଉତଙ୍କ ନେତୃତ୍ୱରେ କରିଲେପାଟଣା ଠାରୁ ତେଣ୍ଡାକୁଡା ପୋଲ ଯାଏଁ ପ୍ଲାଗ ମାର୍ଚ୍ଚ ହୋଇଥିଲା |

Leave A Reply

Your email address will not be published.