ଜିଲ୍ଲା ସ୍ତରୀୟ ସାସ୍କୃତିକ ମହଉତ୍ସବ ୨୦୨୪ ପ୍ରତିଭା ଅନୁଷ୍ଠିତ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଆଜି ଅଖିଳ ଭାରତୀୟ ବିଦ୍ୟାର୍ଥୀ ର ରାଷ୍ଟ୍ରୀୟ କଳାମଞ୍ଚ ଆୟାମ ଦ୍ବାରା ଆୟୋଜିତ ଜିଲ୍ଲା ସ୍ତରୀୟ ସାସ୍କୃତିକ ମହଉତ୍ସବ ୨୦୨୪ ପ୍ରତିଭା ସଂଗମ କାର୍ଯ୍ୟକ୍ରମ ସ୍ଥାନୀୟ ଟାଉନ ହୋଲ କୋରାପୁଟ ଠାରେ ସ୍ୱାମୀ ବିବେକାନନ୍ଦ ଏବଂ ମା ସରସ୍ଵତୀ ଙ୍କ ଫଟୋ ଚିତ୍ର ରେ ପ୍ରଦୀପ ପ୍ରଜ୍ୱଳନ କରି ଆନୁଷ୍ଠାନିକ ଭାବେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ରଷ୍ଟ୍ରୀୟ କଳାମଞ୍ଚ ମାଧ୍ୟମରେ ଓଡ଼ିଶାରେ କାଳରେ ରୁଚି ରଖିଥିବା ବିଦ୍ୟାର୍ଥୀମାନଙ୍କ ବିକାଶ ପାଇଁ ୨୦୦୬ ମସିହା ରୁ ଏହି କାର୍ଯ୍ୟକ୍ରମ ଆରମ୍ଭ ହେଇଛି ।

ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ସତ୍ତା ସାହିତ୍ୟ ସଂସଦ ର ସଭାପତି ବିଶିଷ୍ଟ ସାହିତ୍ୟିକ ଶ୍ରୀ ଜଳଧର ସ୍ୱାଇଁ ଏବଂ ମୁଖ୍ୟ ବକ୍ତା ଭାବେ ଭାବେ ଯୋଗ ଦେଇଥିଲେ ଏବିଭିପି ଓଡ଼ିଶାର ରାଜ୍ୟ ସହ ସମ୍ପାଦକ ସୁବାଷ ନାୟକ, ସଂମ୍ମାନୀତ ଅତିଥି ଭାବେ ଯୋଗଦେଇ ଥିଲେ କୋରାପୁଟ ବିଭାଗ ସଂଗଠନ ସମ୍ପାଦକ ତନ୍ମୟ ପ୍ରଧାନ , ବିଚାରକ ଭାବେ ଯୋଗ ଦେଇଥିଲେ ଶ୍ରୀମତୀ ସାରଦା ଖୁଣ୍ଟିଆ କୋରାପୁଟ ନଗର ସମ୍ପାଦକ ମୋନଜ ଚଲାଣ ,ରାଜ୍ୟ କାର୍ଯ୍ୟ କାରିଣୀ ସଦସ୍ୟ ପଙ୍କଜ ନାୟକ ,କେଶବ ପ୍ରଧାନ । ‘ପ୍ରଶିକ୍ଷଣ -ପ୍ରତିଯୋଗିତା -ପ୍ରଦର୍ଶନ ‘ ଭଳି ଟିନୋଟି ପର୍ଯ୍ୟାୟରେ ଆୟୋଜିତ ଏହି ମହୋତ୍ସବ ରେ ଏକକ ସଙ୍ଗୀତ ,ଏକକ ନୃତ୍ୟ ,ଗ୍ରୁପଡାନ୍ସ , ଏକକ ଅଭିନୟ ,ନାଟକ , ରଙ୍ଗୋଲି , ଚିତ୍ରାଙ୍କନ ,ସ୍ୱରଚିତ କବିତା ଆବୃତି, ପାରମ୍ପାରିକ ବେଶଭୁଷା ଭଳି ପ୍ରତିଯୋଗିତା ରହିଛି ।

ଏହି ଜିଲ୍ଲା ସ୍ତରୀୟ ପ୍ରତିଭା ସଂଗମରେ ଶେଷରେ ସମସ୍ତ ବିଜୟୀ ଛାତ୍ରଛାତ୍ରୀ ମାନଙ୍କୁ ଆଗାମୀ ମାର୍ଚ୍ଚ ୧୯ରୁ ୨୧ ରେ ହେବାକୁ ଯାଉଥିବା ରାଜ୍ୟ ସ୍ତରୀୟ ପ୍ରତିଭା ସଂଗମ ରେ ଜୋରଦାର ପ୍ରଦର୍ଶନ କରି କୋରାପୁଟ ଜିଲ୍ଲାର ଟେକ ରଖିବାକୁ ଆହ୍ୱାନ କରାଯାଇଛି | ଶେଷରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ର ରାଜ୍ୟ ଜନଜାତି ସଂଯୋଜକ ମୋହନ ହରିଜନ ଫଳାଫଳ ଘୋଷଣା କରି ଆଗାମୀ ରାଜ୍ୟ ସ୍ତରୀୟ ପ୍ରତିଭା ସଂଗମ ସମ୍ପର୍କରେ ଅବଗତ କରାଇ ସମସ୍ତଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ l

Leave A Reply

Your email address will not be published.