ଜିଲ୍ଲାସ୍ତରୀୟ ବିଶ୍ବ ପରିବେଶ ଦିବସ ପାଳିତ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଜିଲ୍ଲାସ୍ତରୀୟ ବିଶ୍ବ ପରିବେଶ ଦିବସ ପାଳିତ । ସ୍ଥାନୀୟ ବନବିଭାଗ ସମ୍ମିଳନୀ କକ୍ଷରେ ଦେବଗଡ଼ ବନ ବିଭାଗ ଆନୁକୂଲ୍ୟରେ ବିଶ୍ବ ପରିବେଶ ଦିବସ ପାଳିତ ହୋଇଯାଇଛି। ଦେବଗଡ଼ ବନଖଣ୍ଡ ଅଧିକାରୀ ମଗର ଧନାଜି ରାଓସୋ ସଭାପତିତ୍ବରେ ଆୟୋଜିତ ସଭାରେ ଦେବଗଡ଼ ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟ ମୁଖ୍ୟଅତିଥି, ଆରକ୍ଷୀ ଅଧିକ୍ଷକ ଅନୁପମା ଜେମସ୍ ଓ ବନ୍ୟପ୍ରାଣୀ ତତ୍ବଉଦ୍ଧାରକ ଲଳିତ ମୋହନ ସାହୁ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇ ବିଶ୍ବ ପରିବେଶ ଦିବସ ଉପରେ ନିଜର ମତ ପୋଷଣ କରିଥିଲେ ।

ଗଛ ନ ହାଣିବା ଓ ଜଙ୍ଗଲ ରେ ନିଆ ନ ଲଗାଇବା,ପ୍ଲାଷ୍ଟିକ ବ୍ୟବହାର ନ କରିବା,ପରିବେଶ କୁ ସୁରକ୍ଷିତ ରଖିବା, ଗଛ ଲଗାଇବା ଓ ଲୋକ ମାନଙ୍କୁ ସଚେତନ କରି ବାର୍ତ୍ତା ପ୍ରେରଣ କରିଥିଲେ। ପରେ ପରେ ପରିବେଶ ସୁରକ୍ଷା କାର୍ଯ୍ୟରେ ଜିଲ୍ଲାରେ କାର୍ଯ୍ୟ ଦକ୍ଷତା ହାସଲ କରିଥିବା ବନ କର୍ମଚାରୀ, ଗଜ ସାଥୀ ଓ ବନ ସୁରକ୍ଷା ସମିତି ମାନଙ୍କୁ ମାନପତ୍ର ଓ ଟ୍ରଫି ଦେଇ ସମ୍ମାନୀତ କରାଯାଇଥିଲା ।

ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ଏସିଏଫ୍ ସ୍ଵାଧୀନତା ସାହାଣି ‌। କାର୍ଯ୍ୟକ୍ରମରେ ବନ ବିଭାଗର କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ । ପରେ ପରେ ବନ ବିଭାଗ ସମ୍ମିଳନୀ କକ୍ଷ ପରିସରରେ ଓ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଜିଲ୍ଲାପାଳ ଶ୍ରୀ ଉପାଧ୍ୟାୟ, ଆରକ୍ଷୀ ଅଧିକ୍ଷକ ଶ୍ରୀମତୀ ଜେମସ୍ ଓ ବନଖଣ୍ଡ ଅଧିକାରୀ ଶ୍ରୀ ରାଓସୋ ବୃକ୍ଷ ରୋପଣ କରିଥିଲେ ।

Leave A Reply

Your email address will not be published.