ସର୍ବ ଭାରତୀୟ ଜାତୀୟ ରଗବି ପ୍ରତିଯୋଗିତାରେ ଜିଲ୍ଲାକୁ ସଫଳତା

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ବାରିପଦାର ତିନି ଛାତ୍ରୀ ଜାତୀୟସ୍ତରରେ ହାସଲ କଲେ ଦ୍ଵିତୀୟ ସ୍ଥାନ | ମହାରାଷ୍ଟ୍ରର ପୁନେ ଠାରେ ଅନୁଷ୍ଠିତ ସର୍ବ ଭାରତୀୟ ଜାତୀୟ ରଗବି ପ୍ରତିଯୋଗିତାରେ ମୟୁରଭଞ୍ଜ ଜିଲ୍ଲାକୁ ସଫଳତା ମିଳିଛି।

ବାରିପଦା ସ୍ଥିତ ବାରିପଦା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ତିନି ଜଣ ଛାତ୍ରୀ ଦ୍ଵିତୀୟ ସ୍ଥାନ ହାସଲ କରିଛନ୍ତି। ଜାତୀୟସ୍ତରରେ କୃତିତ୍ୱ ଅର୍ଜନ କରିଥିବା ବେଳେ ଜିଲ୍ଲା ପାଇଁ ଗର୍ବ ଓ ଗୌରବ ଆଣିଛି। ୧୯ବର୍ଷରୁ କମ ସର୍ବ ଭାରତୀୟ ଜାତୀୟ ରଗବି ପ୍ରତିଯୋଗିତାର ବାଳିକା ବିଭାଗରେ ବାରିପଦାର ଭାଗ୍ୟଲଷ୍ମୀ ମାରାଣ୍ଡି, ହିସି ଟୁଡୁ ଓ ଆମିଷାରାଣୀ ମାଝୀ ଓଡ଼ିଶା ପକ୍ଷରୁ ଅଂଶଗ୍ରହଣ କରିଥିଲେ|

ଏଥିରେ ଉକ୍ତ ତିନି ଜଣ ଉନ୍ନତ କ୍ରୀଡା ପ୍ରଦର୍ଶନ କରି ଦ୍ୱିତୀୟ ସ୍ଥାନ ଅଧିକାର କରିଛନ୍ତି। ଏନେଇ ରୌପ୍ୟ ପଦକ ଓ ଟ୍ରଫି ପାଇଛନ୍ତି। ଯାହାକି ବାରିପଦା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପାଇଁ ଗୌରବାନିତ କରିଛି। ଉକ୍ତ ସଫଳତା ପାଇଁ ଅଧ୍ୟକ୍ଷ ରାଜେଶ କୁମାର ଷଡ଼ଙ୍ଗୀ, କ୍ରୀଡା ଶିକ୍ଷକ ତାପସ କୁମାର ସାମଲ ସମେତ ସମସ୍ତ ଅଧ୍ୟାପକ ଓ ଅଧ୍ୟାପିକା ଏବଂ କର୍ମଚାରୀ ବୃନ୍ଦ ତାଙ୍କୁ ଶୁଭେଚ୍ଛା ଓ ଶୁଭକାମନା ଜଣାଇବା ସହ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଛନ୍ତି।

Leave A Reply

Your email address will not be published.