କଂଗ୍ରେସ ସାଂସଦ ଓ ବିଧାୟକ ପ୍ରାର୍ଥୀ ମିଳିତ ଭାବେ କଲେ ମାରାଥନ ପ୍ରଚାର

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): କଂଗ୍ରେସ ସାଂସଦ ଓ ବିଧାୟକ ପ୍ରାର୍ଥୀ ମିଳିତ ଭାବେ କଲେ ମାରାଥନ ପ୍ରଚାର । ସେପଟେ ମୋରଡ଼ା କଂଗ୍ରେସର ମିଶ୍ରଣ | ବଡ଼ସାହି ନିର୍ବାଚନ ମଣ୍ଡଳୀରେ କଂଗ୍ରେସ ପକ୍ଷରୁ ଗୁରୁବାର କର୍ମୀ ସମ୍ମିଳନୀ ଅବସରରେ ମାରାଥନ ପ୍ରଚାର ଆରମ୍ଭ ହୋଇଛି। ଲୋକସଭା ସାଂସଦ ପ୍ରାଥି ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଶ୍ରୀକାନ୍ତ ଜେନା ଓ ବଡ଼ସାହି ନିର୍ବାଚନ ମଣ୍ଡଳୀର ବିଧାୟକ ପ୍ରାଥି କ୍ଷୀରୋଦ ପାତ୍ର ମିଳିତ ଭାବେ ପ୍ରଚାର ଆରମ୍ଭ କରିଛନ୍ତି।

ବେତନଟୀ ସ୍ଥିତ ମୟୁର କେମିକାଳ ପଡ଼ିଆ ଠାରେ ଅନୁଷ୍ଠିତ କର୍ମୀ ସମ୍ମିଳନୀରେ ବହୁ ସଂଖ୍ୟକ ଲୋକମାନେ ଯୋଗ ଦେଇଥିଲେ। ଏହି ଅବସରରେ ସ୍ଥାନୀୟ ଲୋକମାନେ ସ୍ଥାନୀୟ ଲୋକମାନେ ତାଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ। କର୍ମୀ ସମ୍ମିଳନୀରେ ପୂର୍ବତନ ମନ୍ତ୍ରୀ ଶ୍ରୀ ଜେନା କେନ୍ଦ୍ର ସରକାରଙ୍କ ଉପରେ ବର୍ଷୀଥିଲେ। ଗ୍ୟାରେଣ୍ଟି ନାମରେ ଜନତାଙ୍କୁ ବିଜେପି ସରକାର ଭୂଆଁ ବୁଲାଉଛି। ଦରଦାମ ନିୟନ୍ତ୍ରଣରେ କେନ୍ଦ୍ର ସରକାର ଫେଲ ମାରିଛନ୍ତି, ବେରୋଜଗାର ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ବର୍ତ୍ତମାନ ଭାରତବର୍ଷରେ ଚିନ୍ତାର କାରଣ ସାଜିଛି ବୋଲି କଂଗ୍ରେସର ବାଲେଶ୍ବର ସାଂସଦ ପ୍ରାର୍ଥୀ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା କହିଛନ୍ତି। ବଡ଼ସାହି ନିର୍ବାଚନ ମଣ୍ଡଳୀର ବେତନଟୀରେ ନିର୍ବାଚନ ପ୍ରଚାର ଆରମ୍ଭ କରି ସେ ଏପରି କହିଛନ୍ତି।

ପ୍ରଥମେ ୨୦୧୪ ନିର୍ବାଚନରେ ୨୦କୋଟିଙ୍କୁ ଚାକିରୀ ଓ ପରେ ୨୦୧୯ ନିର୍ବାଚନରେ ଚାଷୀଙ୍କ ଆୟ ଦ୍ବିଗୁଣ ଗ୍ୟାରେଣ୍ଟି ଦେଇଥିବା ବିଜେପି ପୂରଣ କରିପାରିନଥିବା ବେଳେ ବର୍ତ୍ତମାନ ପୁନର୍ବାର ଗ୍ୟାରେଣ୍ଟି ଜନତାଙ୍କୁ ଭୁଆଁ ବୁଲାଉଛନ୍ତି ବୋଲି ସେ କହିଛନ୍ତି। ବଡ଼ସାହି ନିର୍ବାଚନ ମଣ୍ଡଳୀରେ ବିଧାୟକ ସନାତନ ବିଜୁଳି ଏବଂ ଅନ୍ୟ ପୂର୍ବତନ ବିଧାୟକ ମାନେ ନିଜର ସ୍ୱାର୍ଥ ପାଇଁ କାର୍ଯ୍ୟ କରିଥିବା ବେଳେ ଅଞ୍ଚଳର ବିକାଶ ପାଇଁ କୋଣସି କାର୍ଯ୍ୟ କରିନାହାଁନ୍ତି ବୋଲି କହିଛନ୍ତି। ବରିଷ୍ଠ କଂଗ୍ରେସ ନେତା ପ୍ରକାଶ କରମହାପାତ୍ରଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ଶ୍ରୀକାନ୍ତ ଜେନାଙ୍କ ସହିତ ବଡ଼ସାହି ବିଧାୟକ ପ୍ରାଥି କ୍ଷୀରୋଦ ପାତ୍ର ଓ କଂଗ୍ରେସ କର୍ମୀ ଉପସ୍ଥିତ ଥିଲେ। ସେପଟେ ମୋରଡ଼ା ନିର୍ବାଚନ ମଣ୍ଡଳୀ ର କଲରାଫୁଲିଆ ଠାରେ କଂଗ୍ରେସ ର ମିଶ୍ରଣ ପର୍ବ ଅନୁଷ୍ଠିତ ହେଇ ଯାଇଛି।କଂଗ୍ରେସ ବିଧାୟକ ପ୍ରାର୍ଥ ପ୍ରଭାସ କର ମହାପାତ୍ର ଙ୍କ ନେତୃତ୍ୱ ରେ ଅନ୍ୟଦଳର 20ରୁ ଉର୍ଦ୍ଧ କର୍ମୀ କଂଗ୍ରେସ ରେ ଯୋଗ ଦାନ କରିଛନ୍ତି।କର୍ମୀଙ୍କୁ ଟୋପି ଓ ଉତ୍ତରୀୟ ଦେଇ ସ୍ବାଗତ କରାଯାଇଥିଲା।ତେବେ କଂଗ୍ରେସ ସଂଗଠନ ଦୁର୍ବଳ ଥିବାବେଳେ,ଧୀରେ ଧୀରେ ଏହା ପ୍ରଭାବ ବିସ୍ତାର କରିବାରେ ଲାଗିଛି।

Leave A Reply

Your email address will not be published.