ଓଡ଼ିଆ ନ୍ୟୁଜ୍: ଭକ୍ତଙ୍କ ପାଇଁ ମୁମ୍ବାଇର ସିଦ୍ଧି ବିନାୟକ ମନ୍ଦିରରେ ଲାଗୁ ହେଲା ଡ୍ରେସ କୋଡ୍। ସାରା ଦେଶରୁ ଭକ୍ତମାନେ ସିଦ୍ଧିବିନାୟକ ମନ୍ଦିରକୁ ଭଗବାନ ଗଣେଶଙ୍କ ଦର୍ଶନ ପାଇଁ ଆସିଥାନ୍ତି। ଏଣିକି ଡ୍ରେସ କୋଡ୍ ଲାଗୁ ହେବାପରେ ଭକ୍ତମାନଙ୍କୁ ନିଜ ପୋଷାକ ଉପରେ ବିଶେଷ ଧ୍ୟାନଦେବାକୁ ପଡିବ। ଯେଉଁମାନେ ଡ୍ରେସ କୋଡ୍ ନିୟମ ପାଳନ କରିବେ କେବଳ ସେହିମାନେ ହିଁ ମନ୍ଦିର ଭିତରକୁ ପ୍ରବେଶ କରିପାରିବେ ବୋଲି ମନ୍ଦିର କର୍ତ୍ତୁପକ୍ଷ ପ୍ରକାଶ କରିଛନ୍ତି। ସିଦ୍ଧିବିନାୟକ ମନ୍ଦିର ଟ୍ରଷ୍ଟ ତରଫରୁ ଏକ ଚିଠିରେ କୁହାଯାଇଛି ଯେ ଭକ୍ତମାନେ ଭାରତୀୟ ପରମ୍ପରା
ଅନୁସାରେ ପୋଷାକ ପରିଧାନ କଲେ ହିଁ ମନ୍ଦିରକୁ ଯାଇ ଭଗବାନଙ୍କୁ ଦର୍ଶନ କରିପାରିବେ। ଯେଉଁ ଭକ୍ତମାନେ ଦର୍ଶନ କରିବାକୁ ଆସିବେ ସେମାନେ ସମ୍ପୂର୍ଣ୍ଣ ଶରୀର ଢାଙ୍କି ହେଲା ପରି ପୋଷାକ ପରିଧାନ କରିବା ବାଧ୍ୟତାମୂଳକ ଅଟେ। ଯଦି କେହି ଏହି ଡ୍ରେସ କୋଡ୍ ଉଲ୍ଲଂଘନ କରନ୍ତି ତେବେ ତାଙ୍କୁ ମନ୍ଦିର ଭିତରକୁ ପ୍ରବେଶ କରିବାକୁ ଦିଆଯିବ ନାହିଁ ଅନୁମତି ।