ଜ୍ଞାନ ପଞ୍ଚାୟତରେ ପାନୀୟ ଜଳ ସମସ୍ୟା

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଜ୍ଞାନ ପଞ୍ଚାୟତରେ ପାନୀୟ ଜଳ ସମସ୍ୟା | ସରପଞ୍ଚ କର୍ଣ୍ଣପାତ କରୁନ ଥିବାରୁ ପଞ୍ଚାୟତରେ ତାଳା ପକେଇଲେ ଗ୍ରାମବାସୀ | ଏବେ ସବୁଠାରୁ ଗୁରୁତ୍ବ ପୁଣ୍ଣ ଖବର ଆସୁଛି ବରଗଡ ଜିଲ୍ଲା ପଦ୍ମପୁର ବ୍ଲକ ଅନ୍ତର୍ଗତ ଜ୍ଞାନ ପଞ୍ଚାୟତରୁ |

ପାଣି ପାଇଁ ଡହକ ବିକଳ ଗ୍ରାମବାସୀ | ବାରମ୍ବାର ସରପଞ୍ଚ ଙ୍କୁ କହିଲା ସତ୍ବେ ଶୁଣୁ ନ ଥିବା ଅଭିଯୋଗ ଆସିଛି | ସରକାର ଘରେ ଘରେ ବସୁଧା ଯୋଜନାରେ ପାନୀୟ ଜଳ ପହଞ୍ଚାଉ ଥିବାବେଲେ ଗୋଟିଏ ଓ୍ବାର୍ଡ୍ (ବରିହା ପଡା ) ପାନୀୟ ଜଳ ପାଇବାରୁ ବଞ୍ଚିତ ଅଛନ୍ତି | ନିମ୍ନ ମାନର କାମ ହୋଇଥିବା ମଧ୍ୟ ଲୋକେ ଅଭିଯୋଗ କରିଛନ୍ତି | ସେହିପରି କିଛି ନଳକୂପ ମଧ୍ୟ ଅଚଳ ଅବସ୍ଥାରେ ପଡି ରହିଛି |

ଏନେଇ ଆମ ପ୍ରତିନିଧି ସରପଞ୍ଚ ଦିଲ୍ଲୀପ ସାହୁଙ୍କୁ ଯୋଗାଯୋଗ କରିଥିଲେ ମଧ୍ୟ ପଞ୍ଚାୟତ କାର୍ଯ୍ୟଳୟ କୁ ଆସିଲେ ନାହିଁ ବରଂ ସାମ୍ବାଦିକ ମାନଙ୍କୁ ଅସମ୍ମାନ କରିବା ସହିତ ପ୍ରତିକ୍ରିୟା ଦେବା କୁ ସିଧା ସଳଖ ମନାକଲେ | ଶେଷରେ ଗ୍ରାମବାସୀ ବାଧ୍ୟ ହୋଇ ପଞ୍ଚାୟତ କାର୍ଯ୍ୟଳୟ ରେ ତାଳା ପକାଇଛନ୍ତି | ଏନେଇ ପଦ୍ମପୁର ବିଡିଓ ଚନ୍ଦ୍ରମଣି ନାଗ ଯଥା ଶୀଘ୍ର ସମସ୍ୟାର ସମାଧାନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି |

Leave A Reply

Your email address will not be published.