ଆମ୍ ଆଦମୀ ପାର୍ଟି ତରଫରୁ ଗଣତାନ୍ତ୍ରିକ ଅଭିନନ୍ଦନ ଓ ଶୁଭେଚ୍ଛା

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ସାଧାରଣ ନିର୍ବାଚନ ଅବ୍ୟବହିତ ପୂର୍ବରୁ ଆପଣମାନଙ୍କୁ ଆମ୍ ଆଦମୀ ପାର୍ଟି ତରଫରୁ ଗଣତାନ୍ତ୍ରିକ ଅଭିନନ୍ଦନ ଓ ଶୁଭେଚ୍ଛା। ଆପଣମାନେ ଜାଣିଥିବେ ଯେ ଆମ୍ ଆଦମୀ ପାର୍ଟି କେନ୍ଦ୍ରାପଡ଼ା ଜିଲ୍ଲାରେ ୫ଟି ବିଧାନସଭାରୁ ୨ଟି ବିଧାନସଭା ମହାକାଳପଡ଼ା ଓ ପାଟକୁରାରେ ପ୍ରାର୍ଥୀ ଦେବାପାଇଁ ନିଷ୍ପତି କରିଥିଲା।

ଏହି କ୍ରମରେ ମହାକାଳପଡ଼ାରୁ ପୂର୍ବତନ ଛାତ୍ର ନେତା, ଜଣେ ଦକ୍ଷ ଯୁବସଂଗଠକ ତଥା ଆମ୍ ଆଦମୀ ପାର୍ଟିର ମହାକାଳପଡ଼ା ଆବାହକ ଶ୍ରୀ ବୈବମନୁ ବେଉରାଙ୍କୁ ଦଳ ପ୍ରାର୍ଥୀ କରିଥିଲା। ସ୍ଵାସ୍ଥ୍ୟଗତ ସମସ୍ୟା କାରଣରୁ ଶ୍ରୀ ବୈବମନୁ ବେଉରା ତାଙ୍କର ପ୍ରାର୍ଥିତ୍ୱରୁ ଓହରିଯିବା ପାଇଁ ନିଷ୍ପତ୍ତି ନେଲେ। ତାଙ୍କ ସ୍ଥାନରେ ଯୁବ ସମାଜସେବୀ ତଥା ୟୁଥ ଆଇକନ୍ ଏବଂ କେନ୍ଦ୍ରାପଡ଼ା ତଥା ମହାକାଳପଡ଼ା ମାଟିର ଗର୍ବ ଓ ଗୌରବ ଇଞ୍ଜିନିୟର ଦେବାଶିଷ ଦାଶଙ୍କୁ ଦଳ ମହାକାଳପଡ଼ା ବିଧାନସଭାରୁ ପ୍ରାର୍ଥୀ କରିବା ନିମନ୍ତେ ନିଷ୍ପତ୍ତି ଗ୍ରହଣ କଲା।

ଆମ୍ଭେ ଖୁସିର ସହ କହିବା ପାଇଁ ଚାହୁଁଛୁ ଯେ ଶ୍ରୀ ଦେବାଶିଷ ଦାଶ ନିଜ ଛାତ୍ର ଜୀବନରୁ ମହାକାଳପଡ଼ାକୁ ସମୃଦ୍ଧ ଓ ସଶକ୍ତ କରିବା ପାଇଁ ସ୍ବପ୍ନ ଦେଖିଥିଲେ ଓ ତାକୁ ସାକାର କରିବା ପାଇଁ ଏଯାବତ୍ କୌଣସି ରାଜନୈତିକ ମଞ୍ଚରେ ନ ରହି ମଧ୍ୟ ସାମାଜିକ କାର୍ଯ୍ୟକ୍ରମ ମାଧ୍ୟମରେ ମହାକାଳପଡ଼ା ବାସୀଙ୍କର ଉନ୍ନତି ନିମନ୍ତେ କାର୍ଯ୍ୟରତ ଅଛନ୍ତି। ନଈ,ନାଳ ଘେରା ସଦା ଅବହେଳିତ ମହାକାଳପଡ଼ାକୁ ଶିଳ୍ପ ସମୃଦ୍ଧ କରି ଯୁବକ, କୃଷକ ଓ ଖଟିଖିଆଙ୍କୁ ନ୍ୟାୟ ଦେବା ଆମ୍ ଆଦମୀ ପାର୍ଟିର ଲକ୍ଷ ଯେଉଁଥିରେ ଆମେ ଏକତ୍ରିତ ହୋଇ ଲକ୍ଷ ସ୍ଥଳରେ ନ ପହଞ୍ଚିବା ପର୍ଯ୍ୟନ୍ତ ଅବିଶ୍ରାନ୍ତ ଉଦ୍ୟମ ଜାରି ରଖିବା।

Leave A Reply

Your email address will not be published.