ମୁଖ୍ୟ ଶାସନ ସଚିବଙ୍କ ଲିଖିତ ପ୍ରତିଶୃତିରେ ସନ୍ତୁଷ୍ଟ ନଥିବା କହିଛି ଡ୍ରାଇଭର ସଂଘ, ଜିଲ୍ଲା ପ୍ରଶାସନ ଓ ଡ୍ରାଇଭର ସଂଘ ଆଲୋଚନା

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ):ଧର୍ମଘଟ ନେଇ ଢେଙ୍କାନାଳରେ ଜିଲ୍ଲା ପ୍ରଶାସନ ଓ ଡ୍ରାଇଭର ସଂଘ ଆଲୋଚନା। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସଭାଗୃହରେ ଜିଲ୍ଲାପାଳ ସରୋଜ କୁମାର ସେଠୀ ଓ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଜ୍ଞାନ ରଞ୍ଜନ ମହାପାତ୍ରଙ୍କ ସହ ଜିଲ୍ଲା ଡ୍ରାଇଭର ସଂଘର ଜିଲ୍ଲାସ୍ତରୀୟ କର୍ମକର୍ତ୍ତା ଆଲୋଚନା କରିଛନ୍ତି। ରାଜ୍ୟ ସରକାର ୩ ମାସ ମଧ୍ୟରେ ଡ୍ରାଇଭରଙ୍କ ସମସ୍ୟାର ସମାଧାନ କରିବାକୁ ମୁଖ୍ୟ ଶାସନ ସଚିତ ଲିଖିତ ଭାବେ ପ୍ରତିଶୃତି ଦେଇଥିଲେ ମଧ୍ୟ ସେଥିରେ ସନ୍ତୁଷ୍ଟ ନଥିବା କହିଛି ଡ୍ରାଇଭର ସଂଘ।

ବର୍ତ୍ତମାନ ଶାନ୍ତିପୂର୍ଣ୍ଣ ଭାବେ ଧାରଣା ସ୍ଥଳରେ ବସି ଆନ୍ଦୋଳନ ଜାରି ରଖିବେ ବୋଲି ପ୍ରଶାସନକୁ ଜଣାଇଛନ୍ତି। ଯେପର୍ଯ୍ୟନ୍ତ ରାଜ୍ୟସଂଘରୁ କୌଣସି ନିର୍ଦ୍ଦେଶ ଆସିନାହିଁ ସେପର୍ଯ୍ୟ ଶାନ୍ତିଶୃଙ୍ଖଳାର ସହ ଧାରଣା କରିବେ ବୋଲି ଜିଲ୍ଲା ପ୍ରଶାସନକୁ ଜଣାଇଛନ୍ତି। ସେପଟେ ରାଜ୍ୟ ସରକାର ୩ମାସରେ ସମାଧାନ ନେଇ ପ୍ରତିଶ୍ରୁତି ଦେଇଥିବାରୁ ଧର୍ମଘଟରୁ ଓହରିବାକୁ ଅପିଲ କରିଛି ଜିଲ୍ଲା ପ୍ରଶାସନ।.

Leave A Reply

Your email address will not be published.