ଅସମ୍ଭାଳ ହେଲାଣି ଡ୍ରାଇଭର ମହାସଂଘର ଧର୍ମଘଟ, ୩ମାସରେ ସମାଧାନ ହେବ ବୋଲି ମୁଖ୍ୟ ସଚିବ କହିବା ପରେ ବି ଜିଦ୍ ଧରି ବସିଛନ୍ତି ଆନ୍ଦୋଳନକାରୀ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଆନ୍ଦୋଳନକାରୀ ଡ୍ରାଇଭରମାନେ ଆଲୋଚନା ଟେବୁଲକୁ ଆସନ୍ତୁ । ଯଥାର୍ଥ ଦାବିକୁ ୩ମାସରେ ସମାଧାନ ହେବ । ଜନସାଧାରଣଙ୍କୁ ଅସୁବିଧାରେ ନପକାଇ, ରାଜ୍ୟ ସରକାରଙ୍କ ପ୍ରତିଶ୍ରୁତିକୁ ସମ୍ମାନ ଜଣାଇ ଡ୍ରାଇଭର ମହାସଂଘ ପ୍ରତିଶ୍ରୁତିରୁ କ୍ଷାନ୍ତ ରୁହନ୍ତୁ ବୋଲି କହିଛନ୍ତି ମୁଖ୍ୟ ସଚିବ ପ୍ରଦୀପ ଜେନା । କୌଣସି ଜାଗାରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି କରନ୍ତୁ ନାହିଁ । ଧର୍ମଘଟ ନାଁରେ ଆଇନକୁ ହାତକୁ ନେବା ଗ୍ରହଣୀୟ ନୁହେଁ । ଧନସଂପତ୍ତି ନଷ୍ଟ କରିବା, କୌଣସି ବ୍ୟକ୍ତିଙ୍କୁ ଆଘାତ କରିବା ଠିକ୍‌ ନୁହେଁ । ଅଣଡ୍ରାଇଭର ପଶି ଧର୍ମଘଟ ଆଳରେ ହିଂସା ଭିଆଉଥିବା ଦେଖାଯାଇଛି । ଏଥିପ୍ରତି ଡ୍ରାଇଭର ମହାସଂଘ ସଜାଗ ରହିବା ଜରୁରୀ ବୋଲି ମୁଖ୍ୟ ସଚିବ । ସେହିପରି ଡିଜିପି ସୁନୀଲ ବଂଶଲ କହିଛନ୍ତି, ଡ୍ରାଇଭରଙ୍କ ଦାବି ପ୍ରତି ସହନାଭୂତି ରହିିଛି ।

ଆନ୍ଦୋଲନକାରୀ ଡ୍ରାଇଭରଙ୍କୁ ପ୍ରତିଶ୍ରୁତି ଦିଆଯିବା ପରେ ମଧ୍ୟ ଧାରଣା ବେଆଇନ । ଏହା ନୈତିକ ଦୃଷ୍ଟିରୁ ମଧ୍ୟ ଠିକ୍‌ ନୁହେଁ । କିଛି କିଛି ସ୍ଥାନରେ ଗତକାଲି ଡ୍ରାଇଭରମାନେ ଆଇନକୁ ହାତକୁ ନେଇଛନ୍ତି । ପୋଲିସକୁ ବାଧ୍ୟ ହୋଇ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନେବାକୁ ପଡ଼ିଛି । ଧାରଣା ଜାରି ରହିଲେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଡିଜି ଚେତାବନୀ ଦେଇଛନ୍ତି । ରାଜ୍ୟରେ ଆଇନ ଓ ଶାନ୍ତି ଶୃଙ୍ଖଳା ରକ୍ଷାରେ ବୁଝାମଣା କରାଯିବ ନାହିଁ । ଅପିଲ କରୁଛି, ଆଲୋଚନାକୁ ଆସନ୍ତୁ, ସମସ୍ୟାର ସମାଧାନ କରନ୍ତୁ ବୋଲି ଡିଜିପି କହିଛନ୍ତି ।.

Leave A Reply

Your email address will not be published.