ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ସୋମବାର (ଜାନୁଆରୀ ୩୦) ସକାଳେ ଗୁଜରାଟର କୁଚ୍ ଜିଲ୍ଲାରେ ୪.୨ ମ୍ୟାଗ୍ନିଚ୍ୟୁଡର ଏକ ଭୂକମ୍ପ ଘଟିଛି। ଭୂକମ୍ପ ବିଜ୍ଞାନ ଅନୁସନ୍ଧାନ ପ୍ରତିଷ୍ଠାନ ଏହି ସୂଚନା ଦେଇଛି ଜ୍ଝ ଅଧିକାରୀ କହିଛନ୍ତି ଯେ ଭୂକମ୍ପ ଯୋଗୁଁ କୌଣସି କ୍ଷୟକ୍ଷତି କିମ୍ବା ସମ୍ପତ୍ତି ନଷ୍ଟ ହେବାର କୌଣସି ସୂଚନା ନାହିଁ।
ଗାନ୍ଧିନଗର ଭିତ୍ତିକ ଆଇଏସଆର ନିଜ ୱେବସାଇଟରେ କହିଛି ଯେ ସକାଳ ୬.୩୮ ରେ ୪.୨ ମ୍ୟାଗ୍ନିଚ୍ୟୁଡର ଏକ ଭୂକମ୍ପ ଅନୁଭୂତ ହୋଇଥିଲା ଏବଂ ଏହାର ଭୂକମ୍ପ କେନ୍ଦ୍ର କୁଚସ୍ଥିତ ଦୁଧାଇ ଗାଁର ୧୧ କିଲୋମିଟର ଉତ୍ତର-ଉତ୍ତର ପୂର୍ବରେ ଥିଲା।