ଅର୍ଚନା ଓ ଖଗେଶ୍ୱରଙ୍କୁ ଜେଲରେ ଜେରା କରିବ ED, ଜିଲ୍ଲା ଦୌରା ଜଜଙ୍କ କୋର୍ଟରେ କଲା ଆବେଦନ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ):  ଅର୍ଚନା ଓ ଖଗେଶ୍ୱରଙ୍କୁ ଜେଲରେ ଜେରା କରିବ ED। ଏଥିପାଇଁ ଆବେଦନ କରିଛି ଜିଲ୍ଲା ଦୌରା ଜଜଙ୍କ କୋର୍ଟରେ ED। ଅନ୍ୟ ପକ୍ଷେ SFSL ର ଦୁଇଟି ରିପୋର୍ଟରେ କୌଣସି ଆବଶ୍ୟକୀୟ ତଥ୍ୟ ନ ଥିବାରୁ ED ନିଜେ ଅର୍ଚନାଙ୍କ ମୋବାଇଲ ଓ ଅନ୍ୟ ଜବତ ଗ୍ୟାଜେଟ ର ଯାଞ୍ଚ ନିଜେ କରିବ. ଏ ନେଇ ହାଇକୋର୍ଟରେ ED ପକ୍ଷରୁ ଆବେଦନ କରାଯିବ।

ଅର୍ଚନା ନାଗ ହନି ଟ୍ରାପ ମାମଲାରେ ଜେଲରେ ଜେରା ହେବେ ଅର୍ଚନା ଓ ଖଗେଶ୍ୱର।  ଅର୍ଚନା ୪ ତାରିଖରେ ଓ ଖଗେଶ୍ୱର
୫ ତାରିଖରେ ଜେରା ହେବେ। ଦୁଇ ଦୁଇ ଥର ED ରିମାଣ୍ଡରେ ଆସିଥିଲେ ହେଁ ଅର୍ଚନା ଓ ଖଗେଶ୍ୱର କୌଣସି ସୂଚନା ED କୁ ଦେଇ ନଥିଲେ.
ଆଜି ଜିଲ୍ଲା ଦୌରା ଜଜଙ୍କ କୋର୍ଟରେ ଭିଡିଓ କନଫରେନସିଂରେ ହାଜର ହୋଇଥିଲେ ଅର୍ଚନା ନାଗ, ଜଗବନ୍ଧୁ ଚାନ୍ଦ ଓ ଖଗେଶ୍ୱର ପାତ୍ର।

SFSLର ପ୍ରଥମ ରିପୋର୍ଟରେ ନିରାଶ ହୋଇଥିବା ED କୁ ଦ୍ଵିତୀୟ ରିପୋର୍ଟ ଉପରେ ଥିଲା ଭରସା। ହେଲେ ଅର୍ଚନା ମୋବାଇଲର ବିଶେଷ କିଛି ତଥ୍ୟ SFSL ଫାଷରେନସିକ ରିପୋର୍ଟରେ ମିଳିନି EDକୁ। SFSLକୁ ଯିବା ପୂର୍ବରୁ ୧୫ଦିନ କମିଶନରେଟ ପୋଲିସ ଅର୍ଚନାଙ୍କ ମୋବାଇଲ ନିଜ ପାଖରେ ରଖିଥିଲା। ED ସନ୍ଦେହ କରୁଛି ମୋବାଇଲ ତଥ୍ୟ ଡିଲିଟ ହୋଇଛି। ସେଥିପାଇଁ ED ଖୁବଶୀଘ୍ର ଅର୍ଚନାଙ୍କ ମୁଖ୍ୟ ମୋବାଇଲ ସମେତ ଜବତ ହୋଇଥିବା ଇଲେକ୍ଟ୍ରୋନିକ ଗାଜେଟକୁ ଯାଞ୍ଚ କରିବାକୁ ହାଇକୋର୍ଟରେ ଆବେଦନ କରିବ। ପୂର୍ବରୁ ଖଗେଶ୍ୱରକୁ ଗିରଫ କରିବା ସମୟରେ ତାର ୪ଟି ମୋବାଇଲ ସାଇବର ବିଶେଷଜ୍ଞଙ୍କ ଦ୍ୱାରା ଯାଞ୍ଚ କରାଇ ଅନେକ ତଥ୍ୟ ପାଇଥିଲା ED।

Leave A Reply

Your email address will not be published.