OCS ପରୀକ୍ଷାରେ ବିଫଳ ହୋଇଥିବା ପରୀକ୍ଷାର୍ଥୀଙ୍କ ପାଇଁ ଖୁସି ଖବର, ଆଉଥରେ ସୁଯୋଗ ଦେବେ ରାଜ୍ୟ ସରକାର

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ):  ଗତ ତିନି ବର୍ଷ ଧରି ଓଡ଼ିଶା ସିଭିଲ୍ ସର୍ଭିସ୍ (ଓଏସିଏସ୍)ପରୀକ୍ଷାରେ ବିଫଳ ହୋଇଥିବା ପରୀକ୍ଷାର୍ଥୀଙ୍କ ପାଇଁ ଖୁସି ଖବର । ବୟସ ଅତିକ୍ରାନ୍ତ ହୋଇଥିଲେ ମଧ୍ୟ ସେମାନେ ପୁଣି ଥରେ ପରୀକ୍ଷା ଦେବାର ସୁଯୋଗ ପାଇବେ । ନୂଆବର୍ଷରେ ରାଜ୍ୟ ସରକାର ଏହି ବଡ଼ ନିଷ୍ପତ୍ତି ନେଇଛନ୍ତି । ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଏହି ମର୍ମରେ ଏକ ରୁଜୋଲ୍ୟୁସନ୍ ବା ସଂକଳ୍ପ ଜାରି ହୋଇଛି ।

ସଂକଳ୍ପ ଅନୁଯାୟୀ ୨୦୧୯, ୨୦୨୦ ଏବଂ ୨୦୨୧ ମସିହାରେ ଓସିଏସ୍ ପରୀକ୍ଷା ଦେଇଥିବା ଆଶାୟୀଙ୍କୁ ଏହି ସୁଯୋଗ ମିଳିବ । ବୟସ ଅତିକ୍ରାନ୍ତ କରିଥିଲେ ମଧ୍ୟ ଆଉ ଥରେ ପରୀକ୍ଷା ଦେଇପାରିବେ । ଏଥିପାଇଁ ସର୍ବୋଚ୍ଚ ବୟସ ସୀମାରେ କୋହଳ କରାଯାଇ ସୁଯୋଗ ଦିଆଯିବ । ଅର୍ଥାତ ନୂଆ ପରୀକ୍ଷାର୍ଥୀଙ୍କ ସହ ପୁରୁଣା ପରୀକ୍ଷାର୍ଥୀ ବି ପରୀକ୍ଷା ଦେଇପାରିବେ । ରାଜ୍ୟ ସରକାରଙ୍କ ଏହି ନିଷ୍ପତ୍ତି ଫଳରେ ଚଳିତଥର ଓସିଏସ୍ ପରୀକ୍ଷା ଅଧିକ ପ୍ରତିଯୋଗିତାମୂଳକ ହେବ ।

Leave A Reply

Your email address will not be published.