ପରିତ୍ୟକ୍ତ ଘରୁ ମହିଳାଙ୍କ ଗଳିତ ମୃତଦେହ ଉଦ୍ଧାର,ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ):  ଭୁବନେଶ୍ୱର ଉପକଣ୍ଠ କୋରଡ଼କଣ୍ଟା ରାସ୍ତା କଡ ଗହିର ମଝିରେ ଥିବା ଏକ ଭଙ୍ଗା ଘରୁ ମହିଳାଙ୍କ ଗଳିତ ମୃତଦେହ ଉଦ୍ଧାର । ପ୍ରାଥମିକ ତଦନ୍ତରୁ ମହିଳାଙ୍କୁ ହତ୍ୟା କରାଯାଇଥିବାର ଜଣାପଡିଛି । ମୃତ ମହିଳାଙ୍କ ନାମ ସରିତା ନାୟକ ଏବଂ ତାଙ୍କ ଘର ନୟାଗଡ଼ ବାଣୀଗୋଚ୍ଛା ଅଞ୍ଚଳରେ ବୋଲି ଜଣାପଡିଛି । ତାଙ୍କ ସ୍ଵାମୀ ହତ୍ୟା କରିଥିବା ଜଣାପଡିଛି।

ପୋଲିସ ରାମମନ୍ଦିର ନିକଟରୁ ଅଭିଯୁ୍କ୍ତ ସ୍ବାମୀ ଏବଂ ଦିଆର କୁ ଅଟକ ରଖିଛି। ଅଭିଯୁକ୍ତ ସ୍ବାମୀ ସରିତାଙ୍କୁ ଦ୍ୱିତୀୟ ବିବାହ କରିଥିଲେ। ମହିଳାଙ୍କୁ ହତ୍ୟା କରିବାକୁ ୭ ଦିନ ବିତି ଯାଇଥିଲେ ମଧ୍ୟ ପୋଲିସ କିଭଲି ଜାଣି ପାରିଲା ନାହିଁ ବୋଲି ପ୍ରଶ୍ନ ଉଠୁଛି।

Leave A Reply

Your email address will not be published.