ଯୁବ ସଂଗଠକଙ୍କ କାରକୁ ଅଣ୍ଡା ମାଡ଼

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ଯୁବ ସଂଗଠକଙ୍କ କାରକୁ ଅଣ୍ଡା ମାଡ଼ । ଆଜି ରାଜନିତୀରେ ବିରୋଧ କରିବା ଏକପ୍ରକାର ଟ୍ରେଣ୍ଡ ପାଲଟି ଯାଇଥିଲା ବେଳେ ଅହିଂସାତ୍ମକ ବିରୋଧ କୁ ଛାଡି ହିଂସାତ୍ମକ ବିରୋଧକୁ ଆପଣାଉଛନ୍ତି ଜନତା ।

ଯେମିତି ଟମାଟୋ ମାଡ,ଅଣ୍ଡାମାଡ ଭଳି ପନ୍ଥା ।ସେମିତି ଆଜି ଯୁବ ବିଜେଡି ସଂଗଠକ ଙ୍କ ଗାଡି ଉପରକୁ ହୋଇଛି ଅଣ୍ଡା ମାଡ଼। କଟକ ଜିଲ୍ଳା ସାଲେପୁର ଯୁବ ବିଜେଡି ସଂଗଠକ ତଥା ଟାଙ୍ଗୀ ସାଲେପୁର ବିକାଶ ମଞ୍ଚର ଅଧକ୍ଷ ବିଶେଶ୍ୱର ସ୍ୱାଇଁ ଙ୍କ ଗାଡିକୁ ହୋଇଛି ଅଣ୍ଡା ମାଡ଼। ଶ୍ରୀ ସ୍ୱାଇଁ ଏକ ସାଙ୍ଗଠନିକ କାର୍ଯ୍ୟକ୍ରମ ରେ ଯୋଗଦେବା ପାଇଁ ଯିବା ସମୟରେ କଟକ ଚାନ୍ଦବାଲି ମୁଖ୍ୟ ରାସ୍ତାର ସାଲେପୁର ଶିଶୁଆ ବଜ଼ାର ନିକଟରେ ତାଙ୍କ ଗାଡିର କାଚ କୁ କିଛି ଦୁର୍ବୁତ୍ତ ଅଣ୍ଡା ମାଡ଼ କରିଛନ୍ତି।

ଘଟଣାସ୍ଥଳରେ ସାଲେପୁର ପୋଲିସ ପହଞ୍ଚି ତଦନ୍ତ ଜାରିରଖିଛି lପ୍ରତ୍ୟକ୍ଷ ଦରଶୀ କହିବା କଥା ଯେ କେହି ଇରଷାପରାୟଣ ହୋଇ ଏଭଳି କାମ କରିଛି ।ବରତମାନ ରାଜନିତୀ ରେ ଯେପରି ସମୟ ଚାଲିଛି ଏଭଳି କରିବା କେତେଦୂର ଗ୍ରହଣୀୟ ତାହା ବିଚାର ଯୋଗ୍ୟ ।ସାଲେପୁର ଥାନାରେ ଲିଖିତ ଅଭିଯୋଗ ପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି ।

Leave A Reply

Your email address will not be published.