ଆନ୍ତର୍ଜାତିକ ମହିଳା ଦିବସ ପାଳନର ଉଦଯାପନୀ ମହୋତ୍ସବ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଆନ୍ତର୍ଜାତିକ ମହିଳା ଦିବସ ପାଳନର ଉଦଯାପନୀ ମହୋତ୍ସବ | ସାମାଜିକ ସଂଗଠନ ‘ସୁଶ୍ରୀ’ ଏବଂ ‘ଭବ୍ୟ ନାରୀଶକ୍ତି ଫାଉଣ୍ଡେସନ୍’ ର ମିଳିତ ଆନୁକୂଲ୍ୟରେ ସପ୍ତାହବ୍ୟାପୀ ଚାଲିଥିବା ଆନ୍ତର୍ଜାତିକ ମହିଳା ଦିବସ ପାଳନର ଉଦ୍ ଯାପନୀ ମହୋତ୍ସବ ଅନ୍ନପୂର୍ଣା ରଙ୍ଗମଞ୍ଚ ଠାରେ ଅନୁଷ୍ଠିତ ହୋଇଯାଇଛି |

ଏଥିରେ ରାଜ୍ୟସଭା ସାଂସଦ ଶୁଭାଶିଷ ଖୁଣ୍ଟିଆ, ବିଧାୟକ ଜୟନ୍ତ କୁମାର ଷଡଙ୍ଗୀ, ପୂର୍ବତନ ନଗରପାଳ ଗୌରହରି ପ୍ରଧାନ,ସମାଜସେବୀ ବସନ୍ତ କୁମାର ମହାନ୍ତି ଏବଂ ସାଂସ୍କୃତିକ ସଂଗଠକ ଶ୍ୟାମ ପ୍ରକାଶ ସେନାପତି ପ୍ରମୁଖ ଅତିଥି ଭାବେ ଯୋଗଦେଇ ବକ୍ତବ୍ୟ ପ୍ରଦାନ କରିଥିଲେ | ସୁଶ୍ରୀ ଅନୁଷ୍ଠାନ ର ସମ୍ପାଦିକା ଅରୁଣିମା ନନ୍ଦ ସ୍ଵାଗତ ଭାଷଣ ପ୍ରଦାନ କରିଥିଲେ | ଏହି ଅବସରରେ ପୂର୍ବତନ ପୌର ସଦସ୍ୟା ଅଞ୍ଜୁ ପ୍ରଧାନ ଏବଂ ନାରୀଶକ୍ତି ସଭାନେତ୍ରୀ ରେଣୁ ବିଶ୍ୱାଳ ସମ୍ମାନିତ କରାଯାଇଥିଲା | ପୂର୍ବରୁ ଅନୁଷ୍ଠିତ ନୃତ୍ୟ, କୁଇଜ୍, କବିତାପାଠ ଆଦି ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା |

କଳ୍ପନା ମୁଦୁଲି ଧନ୍ୟବାଦ ଅର୍ପଣ କରିଥିଲେ | ଲଲାଟେନ୍ଦୁ ମିଶ୍ର ମଞ୍ଚ ସଞ୍ଚାଳନ କରିଥିଲେ | କାର୍ଯ୍ୟକ୍ରମ ପରିଚାଳନାରେ ରଚିତା ରାଉତରାୟ ,ବିଚିତ୍ରା ମିଶ୍ର, କାଞ୍ଚନ ଶୁକ୍ଳା ,ପଦ୍ମିନୀ ବେହେରା ପ୍ରମୁଖ ସହଯୋଗ କରିଥିଲେ | ମା’ ଦକ୍ଷିଣକାଳୀ ଏବଂ ବେଲବାଇ ସ୍ଵୟଂ ସହାୟକ ଗୋଷ୍ଠୀ ର କାର୍ଯ୍ୟ କର୍ତ୍ତା ମାନେ ସହଯୋଗ କରିଥିଲେ | ଏଥିରେ ଅନେକ ସ୍ଵେଚ୍ଛାସେବୀ ସଂଗଠନର ମହିଳା ଓ ବୁଦ୍ଧିଜୀବୀ ଯୋଗ ଦେଇଥିଲେ |

Leave A Reply

Your email address will not be published.