ଏକନାଥ ସିନ୍ଦେ ମହାରାଷ୍ଟ୍ରର ନୂଆ ମୁଖ୍ୟମନ୍ତ୍ରୀ: ସନ୍ଧ୍ୟା ୭.୩୦ରେ ନେବେ ଶପଥ

0

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ମହାରାଷ୍ଟ୍ର ହାଇଡ୍ରାମରେ ଯବନିକା । ସବୁ କଳ୍ପନାଜଳ୍ପନାର ଅନ୍ତ ଘଟିଲା । ମହାରାଷ୍ଟ୍ର ରାଜନୀତିରେ ଆସିଲା ନାଟକୀୟ ମୋଡ । ପ୍ରଥମଥର ପାଇଁ ଏକନାଥ ସିନେ୍ଧ ହେବେ ମହାରାଷ୍ଟ୍ରର ନୂଆ ମୁଖ୍ୟମନ୍ତ୍ରୀ । ଆଜି ସନ୍ଧ୍ୟା ୭ଟା ୩୦ରେ ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଏକନାଥ ସିନ୍ଦେ । ମହାରାଷ୍ଟ୍ର ହାଇଡ୍ରାମା ପରେ ଆଜି ମହାରାଷ୍ଟ୍ର ପାଇବାକୁ ଯାଉଛି ନୂଆ ମୁଖ୍ୟମନ୍ତ୍ରୀ । ଏନେଇ ଏକନାଥ ସିନ୍ଦେଙ୍କ ଉପସ୍ଥିତିରେ ପ୍ରେସମିଟ୍ କରି ଘୋଷଣା କରିଛନ୍ତି ବରିଷ୍ଠ ବିଜେପି ନେତା ଦେବେନ୍ଦ୍ର ଫଡନଭିସ । ଉଦ୍ଧବ ଠାକରେଙ୍କ ଇସ୍ତଫା ଦେବା ପରେ ଆଜି ଦେବେନ୍ଦ୍ର ଫଡନାବିସ୍ ମହାରାଷ୍ଟ୍ରର ନୂଆ ମୁଖ୍ୟମନ୍ତ୍ରୀ ହେବେ ବୋଲି ଚର୍ଚ୍ଚା ହେଉଥିଲା । କିନ୍ତୁ ଶେଷ ମୁହୂର୍ତ୍ତରେ ବାଜି ଓଲଟିଛି । ଏକନାଥ ସିନ୍ଦେ ମୁଖ୍ୟମନ୍ତ୍ରୀ ହେବେ ବୋଲି ଘୋଷଣା କରାଯାଇଛି । ଏନେଇ ଆଜି ଗୌହାଟୀରୁ ମୁମ୍ବାଇରେ ପହଁଞ୍ଚିଥିଲେ ଏକନାଥ ସିନ୍ଦେ ।

ଫଡନାବିସ୍ କହିଛନ୍ତି ଯେ, ଶପଥ ସମାରୋହ ପରେ କ୍ୟାବିନେଟ୍ ବିସ୍ତାର କରାଯିବ। ପରବର୍ତ୍ତୀ ସମୟରେ ଶିବସେନା ଏବଂ ବିଜେପି ନେତା ମନ୍ତ୍ରୀ ପଦର ଶପଥ ନେବେ। ମୁଁ ରାଜ୍ୟ ସରକାରରୁ ବାହାରେ ରହିବି ବୋଲି କହିଛନ୍ତି ଫଡଣବିସ। ସେ କହିଛନ୍ତି ଯେଉଁମାନେ ହିନ୍ଦୁତ୍ଵ ଏବଂ ବୀର ସଭରକରଙ୍କୁ ବିରୋଧ କରନ୍ତି ଶିବସେନା ତାଙ୍କ ସହ ମେଣ୍ଟ କରିଥଲା। ଶିବସେନା ରାଜ୍ୟବାସୀଙ୍କ ଜନାଦେଶକୁ ଅପମାନ କରିଥିଲା। ଜନତା ମହାବିକାଶ ଅଘାଡିକୁ ଭୋଟ୍ ଦେଇନଥିଲେ। ନିର୍ବାଚନରେ ବିଜେପି ସବୁଠୁ ବଡ ପାର୍ଟି ଥିଲା ବୋଲି ଦେବେନ୍ଦ୍ର ଫଡଣବିସ କହିଛନ୍ତି। ତେବେ ମନ୍ତ୍ରୀ ମଣ୍ଡଳରେ କେଉଁମାନଙ୍କୁ କେଉଁ ବିଭାଗ ମିଳୁଛି ତାକୁ ହିଁ ଅପେକ୍ଷା ।

 

Leave A Reply

Your email address will not be published.