ନିର୍ବାଚନ ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ନିର୍ବାଚନ ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ | ସାଧାରଣ ନିର୍ବାଚନ ୨୦୨୪ ପାଖେଇ ଆସିଲାଣି | ଏ ବର୍ଷ ମଧ୍ୟ ଏକାସହିତ ଲୋକସଭା ଓ ବିଧାନସଭା ନିର୍ବାଚନ ହେବ | ଏଥିଯୋଗୁଁ ରାଜନୈତିକ , ଅଣରାଜନୈତିକ ତଥା ସରକାରୀ କାର୍ଯ୍ୟଳୟ ତତ୍ପର ହେଲେଣି | ନିର୍ବାଚନର ମୁଖ୍ୟ ମୁଦ୍ଦା ସମସ୍ତେ ଭୋଟ ଅବା ମତଦାନ ଦିଅନ୍ତୁ, ଭୋଟ ଦାନରୁ ମୁକ୍ତ ନ ରୁହନ୍ତୁ |

ଏହି ପରିପ୍ରେକ୍ଷୀରେ ଆଜି ରାଇରଙ୍ଗପୁର ମୁଖ୍ୟ ଡାକ କାର୍ଯ୍ୟାଳୟ ତରଫରୁ ଏକ ବିଶାଳ ନିର୍ବାଚନ ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି | ଏହା ସ୍ଥାନୀୟ ଦୁର୍ଗାମଣ୍ଡପ ଠାରୁ ବଜାର ଗୋଲେଇ ଛକ ପର୍ଯ୍ୟନ୍ତ ଯିବା ପରେ ପୁନରାୟ ମୁଖ୍ୟ ଡାକ କାର୍ଯ୍ୟାଳୟ ଠାରେ ପହଞ୍ଚିଥିଲା | ଏହାର ମୁଖ୍ୟ ଉଦ୍ଦେଶ୍ୟ ଚୁନାବ କା ପର୍ବ, ଦେଶ କା ଗର୍ବ ଓ ଭୋଟ ଫର ଡେମୋକ୍ରାସି | ଅର୍ଥାତ୍ ସମସ୍ତେ ମତଦାନ କରନ୍ତୁ ଏବଂ ନାଗରିକତା ଅଧିକାର ସାବ୍ୟସ୍ତ କରନ୍ତୁ | ଭୋଟ ଦେବା , ଦେଶ ଗଢିବା | ଆମେ ନାଗରିକ ଭାବେ ଦେଶର ଯୋଜନାରେ ସାମିଲ ହେବା | ଏହିଭଳି ବିଭିନ୍ନ ସଚେତନତା ମୂଳକ ନାରା ଲୋକମାନଙ୍କୁ ଜଣାଇଥିଲେ | ଏଥିରେ ଶରଣାର୍ଥୀ ଏବଂ ବାହାରେ ଚାକିରି କରୁଥିବା ବ୍ୟକ୍ତି ମଧ୍ୟ ଏଥିରୁ ବାଦ ପଡନ୍ତୁ ନାହିଁ ବୋଲି ସୂଚନା ଦେଇଥିଲେ | ସମସ୍ତେ ଗଣତନ୍ତ୍ର ର ମୂଲ୍ୟବୋଧ ବୁଝନ୍ତୁ |

ଉକ୍ତ ଅବସରରେ ପୋଷ୍ଟାଲ ଚିଠି ତଥା ଅନ୍ୟାନ୍ୟ ଜରୁରୀ ଚିଠି ମାନଙ୍କରେ ଚୁନାବ କା ପର୍ବ, ଦେଶ କା ଗର୍ବ ଷ୍ଟାମ୍ପ ଚିଠି ଉପରେ ଲଗାଯାଉଛି ଏବଂ ପ୍ରଧାନ ଡାକ ଘରେ ଥିବା ଡିଜିଟାଲ ଟିଭି ରେ ମଧ୍ୟ ସଚେତନତା ବାର୍ତ୍ତା ପ୍ରଚାର କରାଯାଉଅଛି | ଏଥିରେ ରାଇରଙ୍ଗପୁର ଡାକମଣ୍ଡଳ ସହକାରୀ ଡାକ ଅଧ୍ୟକ୍ଷକ ଟିକନ କୁମାର ଦେବତା, ରାଇରଙ୍ଗପୁର ମୁଖ୍ୟ ଡାକ କାର୍ଯ୍ୟାଳୟ ପୋଷ୍ଟମାଷ୍ଟର ମକରା ବାନରା, ଉପପୋଷ୍ଟମାଷ୍ଟର ସୁରେନ୍ଦ୍ର କୁମାର, ସହପୋଷ୍ଟମାଷ୍ଟର (ହିସାବ ରକ୍ଷକ) ସନ୍ତୋଷ କୁମାର ଭୋଇ, ରାଇରଙ୍ଗପୁର ଡାକମଣ୍ଡଳ, ମୁଖ୍ୟ ଡାକ କାର୍ଯ୍ୟାଳୟ ତଥା ଆଖପାଖ ଡାକ କାର୍ଯ୍ୟାଳୟର କର୍ମଚାରୀବୃନ୍ଦ ବହୁ ସଂଖ୍ୟାରେ ଯୋଗଦାନ କରିଥିଲେ |

Leave A Reply

Your email address will not be published.