ରାଇରଙ୍ଗପୁରରେ ମାମଙ୍ଗଳା ପୂଜା ମହାଆଡମ୍ବରରେ ସମ୍ପନ୍ନ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ରାଇରଙ୍ଗପୁରରେ ମାମଙ୍ଗଳା ପୂଜା ମହାଆଡମ୍ବରରେ ସମ୍ପନ୍ନ | ମା ମଙ୍ଗଳା କରୁଣାମୟୀ | ତାଙ୍କର ଆଶିଷରେ ଭକ୍ତ ହୁଏ ବଳଶାଳୀ | ରାଇରଙ୍ଗପୁର ଉପଖଣ୍ଡ ବିଭିନ୍ନ ବ୍ଲକମାନଙ୍କରେ ମାମଙ୍ଗଳା ପୂଜାଆରଧନା ମହା ଆଡମ୍ବର ସହକାରେ ସମ୍ପନ୍ନ ହୋଇଯାଇଛି | ବିଶେଷ କରି ସହର ଅଧିନସ୍ତ କୁଚେଇବୁଢୀ ୱାର୍ଡ ନଂ ୪ ଠାରେ ଥିବା ମାଙ୍କ ଆସ୍ଥାନରେ ୫୦୦ ବର୍ଷ ତଳୁ ମହାଆନନ୍ଦ ଓ ଭାବବିହ୍ବଳରେ ଭକ୍ତବୃନ୍ଦ ପୂଜାର୍ଚ୍ଚନା କରିଆସୁଛନ୍ତି |

ସେମାନଙ୍କ ବିଶ୍ବାସ ରହିଛି , ଭକ୍ତବୃନ୍ଦ ଭକ୍ତି କଣ୍ଠରେ ମାଙ୍କୁ ଆରଧନା କଲେ, ମା ତାଙ୍କ ଉପରେ କରୁଣାବର୍ଷା କରିଥାନ୍ତି | ଏହି ଠାରୁ ଦେହୁରୀ, ଦାସୀ ଓ ଭକ୍ତବୃନ୍ଦ ସ୍ଥାନୀୟ ମହୁଲଡିହାଁ ବଡବନ୍ଧକୁ ଅପରାହ୍ନ ସମୟରେ ଯାଇ ମାଙ୍କ ନିମନ୍ତେ ଘଟ ଉତ୍ତୋଳନ କରିଥାନ୍ତି | ସେଠାରୁ ଦେହୁରୀ, ଦାସୀ ଓ ଭକ୍ତବୃନ୍ଦ ସହିତ ସହର ପରିକ୍ରମା କରି ନିଜ ଆସ୍ଥାନକୁ ଆସିଥାନ୍ତି | ଏହି ସମୟରେ ଭକ୍ତଗଣ ମାଙ୍କ ଠାରେ ଭକ୍ତି ସହକାରେ ସିନ୍ଦୁର, ଅରୁଆ ଚାଉଳ, ଗୁଆ, ନଡିଆ, କଦଳୀ, ଲଡୁ, ଗଜା, ଖୋଜା ଅବା କିଏ ମାନସିକ ରଖିଥିବା କୁକୁଡା, ଛେଳି ଓ ହଂସକୁ ମାଙ୍କ ଠାରେ ସମର୍ପଣ କରନ୍ତି | ସେମାନଙ୍କ ବିଶ୍ବାସ ଯେ ମା ସେମାନଙ୍କର ମନୋକାମନା ପୂର୍ଣ୍ଣ କରିବେ ଅର୍ଥାତ୍ ମାଙ୍କ ଦୟାରେ ନାନା ଚମତ୍କାର କାର୍ଯ୍ୟ ସମ୍ଭବ ହୋଇପାରୁଛି | ତାପରେ ଆସ୍ଥାନରେ ପହଞ୍ଚିଲା ପରେ ମାଙ୍କ ନିମିତ୍ତ ପୁସ୍ତକ ପାଠ କରାଯାଇଥାଏ |

ପରେ ପରେ ଭକ୍ତମାନେ ଆଣିଥିବା ସେମାନଙ୍କର ନୈବେଦ୍ୟକୁ ମାଙ୍କ ଠାରେ ସମର୍ପଣ କରାଯାଇଥାଏ | ଉପସ୍ଥିତ ଭକ୍ତମାନଙ୍କୁ ପ୍ରସାଦ ପ୍ରଦାନ କରାଯାଇଥାଏ | ଏଥିରେ ଦେହୁରି ଖିତିଶ ବେହେରା, ଅଜିତ ବେହେରା, ଅରୁଣ କୁମାର ମୁଖୀ, ଗେଲି ବେହେରା, ରମେଶ ବେହେରା, ଘାସିଆ ବେହେରା, ଛୁଟୁ ବେହେରା, ବିନୋଦ ବେହେରା ତଥା ମାଙ୍କର ଦାସୀଗଣ ଉପସ୍ଥିତ ରହି ପୂଜାକାର୍ଯ୍ୟ ସମାପନ କରିଥିଲେ | ଏହି ମା ମଙ୍ଗଳାଙ୍କ ପୂଜା ଆରଧନା କରିବା ପାଇଁ ସ୍ଥାନୀୟ ଅଞ୍ଚଳରେ ଭକ୍ତମାନଙ୍କର ଅହୈତୁକ ଭିଡ ପରିଲକ୍ଷିତ ହୋଇଥିଲା |

Leave A Reply

Your email address will not be published.