କଂଗ୍ରେସ ପ୍ରାର୍ଥୀ ଅଶୋକଙ୍କ ନିର୍ବାଚନୀ ପ୍ରଚାର ସଭା

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): କଂଗ୍ରେସ ପ୍ରାର୍ଥୀ ଅଶୋକଙ୍କ ନିର୍ବାଚନୀ ପ୍ରଚାର ସଭା। ନିର୍ବାଚନ ପ୍ରଚାର କାର୍ଯ୍ୟ କର୍ମ ରେ ବାସୁଦେବପୁର ରେ କଂଗ୍ରେସ ପ୍ରାର୍ଥୀ ଅଶୋକ କୁମାର ପ୍ରଧାନ ଙ୍କ ପ୍ରଚାର କାର୍ଯ୍ୟ ଜୋର୍ ସୋର୍ ରେ ଚାଲିଥିବା ର ଦେଖା ଯାଉଛି।

ଶୁକ୍ରବାର ଦିନ ବାସୁଦେବପୁର ବ୍ଳକ ଅନ୍ତର୍ଗତ ବାଲିମେଦ ପଞ୍ଚାୟତ ରେ ଅନେକ ଲୋକ ଅଶୋକ ଦାସ ଙ୍କୁ ସମର୍ଥନ ଜଣାଇ କଂଗ୍ରେସ ଦଳ ରେ ଯୋଗ ଦେଇଥିଲେ। ପରେ ରାଜଘୋରପୋଖରୀ ପଞ୍ଚାୟତ ରେ ଏକ ଶୋଭାଯାତ୍ରା ରେ କର୍ମୀ ମାନେ ପ୍ରାର୍ଥୀ ଅଶୋକ ଙ୍କୁ ନେବା ସହ ବଜାର ପରିକ୍ରମା କରିଥିଲେ। ପରେ ଏକ ସଭା କାର୍ଯ୍ୟ କର୍ମ ଅନୁଷ୍ଟିତ ହୋଇଥିଲା। ଛାତ୍ର କଂଗ୍ରେସ ସଭାପତି ମନୋରଞ୍ଜନ ପାଢ଼ୀ ଙ୍କ ସଭାପତିତ୍ବ ରେ ବ୍ଲକ୍ କଂଗ୍ରେସ ସଭାପତି ରମେଶ ଚନ୍ଦ୍ର ବଳ,ଓ ଅନ୍ୟ କଂଗ୍ରେସ କର୍ମୀମାନେ ଯୋଗ ଦେଇ ଥିଲେ।

ବାସୁଦେବପୁର ର ବିଭିନ୍ନ ସମସ୍ୟା ସହ ପଞ୍ଚାୟତ ର ବିଭିନ୍ନ କଥା ନିଁ ନିଜ ବକ୍ତବ୍ୟ ରେ କହିଥିଲେ। ଚଳିତ ନିର୍ବାଚନ ରେ ବାସୁଦେବପୁର ରେ ହେବ ପରିବର୍ତ୍ତନ କଂଗ୍ରେସ ପ୍ରାର୍ଥୀ ଅଶୋକ କୁମାର ଦାସ ବହୁ ଭୋଟ ରେ ବିଜୟ ହେବେ ବୋଲି ସମର୍ଥକ ମାନେ କହିଛନ୍ତି।

Leave A Reply

Your email address will not be published.