୧୧ କେଭି ବିଦ୍ୟୁତ୍ ସଂସ୍ପର୍ଶରେ ଆସି ଚାରି ଗୋରୁ ମୃତ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଜଳେଶ୍ଵର ଥାନା ନାମ୍ପୋ ଫାଣ୍ଡି ନିକଟରେ ୧୧ କେଭି ବିଦ୍ୟୁତ୍ ସଂସ୍ପର୍ଶରେ ଆସି ଚାରି ଗୋରୁ ମୃତ। ସୂଚନା ଅନୁସାରେ ଆଜି ଦିନ ଏଗାରଟା ସମୟରେ ନାମ୍ପୋ ଫାଣ୍ଡି ସମ୍ମୁଖସ୍ଥ ଏକ ସେଲୋ ପଏଣ୍ଟ କୁ ଦୀର୍ଘ ଦିନ ହେବ ୧୧ କେଭି ବିଦ୍ୟୁତ୍ ସଂଯୋଗ ହୋଇଥିଲା।

ତେବେ ସେଲୋଟି ଦୀର୍ଘ ଦିନ ଧରି ବନ୍ଦ ପଡ଼ିଥିବା ବେଳେ ସେଠାରେ ଲାଇନ କଟାଯାଇ ଥିଲା ଏବଂ ତାର ସବୁ ଝୁଲନ୍ତା ଅବସ୍ଥାରେ ରହିଥିଲା। ତେବେ ଆଜି ଦିନ ଏଗାରଟା ସମୟରେ ସେଠାକୁ ଗୋରୁ ସବୁ ଚରିବାକୁ ଯାଇଥିବା ବେଳେ ଉକ୍ତ ଝୁଲନ୍ତା ତାରରେ ଲାଗି ମୃତ୍ୟୁ ବରଣ କରିଥିବା ଜଣାପଡ଼ିଥିଲା। ତେବେ ଘଟଣାସ୍ଥଳରେ ବିଭାଗୀୟ ଜେଇ ପହଞ୍ଚି ୧୧ କେଭି ତାର ଦୁର୍ବୁର୍ତ ମାନେ କାଟି ନେଇ ଯିବା ପରେ,କଟା ତାରଟି ସେଲୁ ପ ଏଣ୍ଟ କୁ ସଂଲଗ୍ନ ତାର ରେ ଲାଗିରହିଛି ଫଳରେ ଝୁଲନ୍ତା

ତାରରେ ବିଦ୍ୟୁତ ସରବରାହ ହେଉଥିବା ରୁ ଚାରୋଟି ଗୋରୁ ମୃତ୍ୟୁ ବରଣ କରିଥିବା ଜଣାପଡିଛି। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତେଜନା ଦେଖାଦେଇଥିବା ବେଳେ ବିଭାଗୀୟ ଉଚ ପଦସ୍ଥ ଅଧିକାରୀ ନଥିବାରୁ କୈ।ଣସି ସମାଧାନ ହୋଇପାରି ନାହିଁ।

Leave A Reply

Your email address will not be published.