ରାସ୍ତା ପାରେ ହେଲେ ୧୯ଟିକିଆ ହାତୀପଲ

0

ଓଡ଼ିଆ ନ୍ୟୁଜ୍: ରାସ୍ତା ପାରେ ହେଲେ ୧୯ଟିକିଆ ହାତୀପଲ। ମୁଣ୍ଡଳୀ ରାସ୍ତାର ଡାଳଖାଇ ମନ୍ଦିର ପାଖ ରାସ୍ତାରେ ଦେଖିବାକୁ ମିଳିଛି ଦୃଶ୍ୟ। ବନବିଭାଗ ପକ୍ଷରୁ ହାତୀପଲ ଉପରେ ନଜର ରଖାଯାଇଛି।ଚନ୍ଦକାରୁ ପୁଣି ଆଠଗଡ଼କୁ ଫେରିଲେ ହାତୀ ପଲ । ଆଠଗଡ଼-ମୁଣ୍ଡଳୀ ରାସ୍ତାର ଡାଳଖାଇ ଠାକୁରାଣୀ ନିକଟରେ ୨୧ ଟିକିଆ ହାତୀପଲ । ହାତୀପଲ ମଧ୍ୟରେ ୬ଟି ଛୁଆ ହାତୀ ରହିଛନ୍ତି । ରାସ୍ତା ପାର ହେଉଥିବା ବେଳେ ଏକ ଘଣ୍ଟା ଧରି ରାସ୍ତାରେ ଯାତାୟାତ ଠପ୍ ହୋଇଥିଲା । ଘଟଣା ସ୍ଥଳରେ ବନ ବିଭାଗ ନଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି ।

ସେହିପରି, କିଛି ଦିନ ପୂର୍ବରୁ ଆଠଗଡ଼ ସହର ମୁହାଁ ହୋଇଥିଲେ ହାତୀ ପଲ । ଆଠଗଡ଼ ସହର ନିକଟ ନୂଆଗଡ ମୁଣ୍ଡିଆ ଉପରେ ଦନ୍ତା ହାତୀର ଉତ୍ପାତ । ହାତୀ ପଲରୁ ଗୋଠଡା ହୋଇ ବୁଲୁଥିଲେ ଏହି ଦନ୍ତା ହାତୀ । ଆଠଗଡ଼ ସହରର ଓ ଆଖପାଖ ଅଞ୍ଚଳରେ ଏକ ପ୍ରକାରର କୋକୁଆ ଭୟ ଦେଖିବାକୁ ମିଳିଥିଲା । ଖବର ପାଇ ଘଟଣା ସ୍ଥଳରେ ଆଠଗଡ଼ ବନ ବିଭାଗ ପହଞ୍ଚି ଦନ୍ତା ହାତୀ ଉପରେ ତୀକ୍ଷ୍ଣ ନଜର ରଖିଛି ।

Leave A Reply

Your email address will not be published.