୪୦ ଡିଗ୍ରୀ ଉପରେ ୧୧ ସହର

0

ଓଡ଼ିଆ ନ୍ୟୁଜ୍: ଆଜି ରାଜ୍ୟର ୧୧ ସହର ୪୦ ଡିଗ୍ରୀ ଉପରେ।୪୨.୯ ଡିଗ୍ରୀ ସହ ବୌଦ୍ଧ ସବୁଠାରୁ ଉତ୍ତପ୍ତ ସହର। ଅନୁଗୁଳ ଓ ସୋନପୁର ତାପମାତ୍ରା ୪୨.୧ ଡିଗ୍ରୀ। ଝାରସୁଗୁଡ଼ା ୪୧.୪, ତାଳଚେର ଓ ସମ୍ବଲପୁର ୪୧ ଡିଗ୍ରୀ। ହୀରାକୁଦ ୪୦.୫, ନୟାଗଡ଼ ୪୦.୪, ବଲାଙ୍ଗିର ୪୦.୨ ଡିଗ୍ରୀ। ଖୋର୍ଦ୍ଧା ଓ ଟିଟିଲାଗଡ଼ ତାପମାତ୍ରା ୪୦ ଡିଗ୍ରୀ। ଭୁବନେଶ୍ବର ୩୭.୪, କଟକ ୩୭.୬ ଡିଗ୍ରୀ।ରାଜ୍ୟରେ ଅସହ୍ୟ କଲାଣି ତାତି । ଦିନକୁ ଦିନ ବଢୁଛି ଖରାର ପ୍ରଭାବ । ପଶ୍ଚିମ ଓଡ଼ିଶାରୁ ଦକ୍ଷିଣ ଓଡ଼ିଶା, ଉତ୍ତର ଓଡିଶା ରୁ ଉପକୂଳ ଓଡ଼ିଶା ସବୁଠି ଲୋକେ ଖରାରେ ସିଝୁଥିବା ବେଳେ ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ତାତିର ତୀବ୍ରତା ଅଧିକ ଅନୁଭବ ହେଉଛି । ସକାଳ ୧୦ଟା ପରେ ଘରୁ ବାହାରିବା ମୁସ୍କିଲ । ତାତି ଓ ଗୁଳୁଗୁଳିରେ ଜନଜୀବନ ପ୍ରଭାବିତ । ଏହି ପରିସ୍ଥିତିରେ କେମିତି ଚାଲିଛି ଜୀବନ ଓ କେତେ ପ୍ରସ୍ତୁତ ସ୍ୱାସ୍ଥ୍ୟ ବ୍ୟବସ୍ଥା ।

ପଶ୍ଚିମ ଓଡ଼ିଶାର ଅନେକ ଜିଲ୍ଲାରେ ଖରାର ପ୍ରଭାବ ୪୦ଡିଗ୍ରୀ ପାର କରିଥିବା ବେଳେ ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ଗୁଳଗୁଳି ଦିନକୁ ଦିନ ବଢ଼ିବାରେ ଲାଗିଛି । ସକାଳ ୧୦ଟା ପରେ ବାହାରିବା ମୁସ୍କିଲ ହୋଇପଡ଼ିଛି । ତାତିରେ ଅଂଶୁଘାତ ଆଶଙ୍କା ବଢିଛି । ହେଲେ ପରିବାର ଭରଣ ପୋଷଣ ପାଇଁ ଲେବର ଓ ଛୋଟ ବ୍ୟବସାୟୀମାନେ ବାଧ୍ୟ ହୋଇ ଖରାରେ କାମକୁ ବାହାରୁଛନ୍ତି । ତାତି ସହ ଜୀବନର ସଂଘର୍ଷ ଚଲାଇଛନ୍ତି ।

Leave A Reply

Your email address will not be published.