ଆଫଗାନିସ୍ତାନ ବୈଦେଶିକ ମନ୍ତ୍ରଣାଳୟ ଫାଟକ ନିକଟରେ ବିସ୍ଫୋରଣ: ୨୦ ମୃତ

0

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ଆଫଗାନିସ୍ତାନର କାବୁଲରେ ବୈଦେଶିକ ମନ୍ତ୍ରଣାଳୟର ଫାଟକ ନିକଟରେ ଏକ ବୋମା ବିସ୍ଫୋରଣ ହୋଇଥିଲା। ଅପରାହ୍ନରେ ଏହି ବୋମା ବିସ୍ଫୋରଣ ଘଟିଥିଲା। ଆଫଗାନିସ୍ତାନର ଟୁଲୋ ନ୍ୟୁଜ୍ ଅନୁଯାୟୀ ଏହି ବିସ୍ଫୋରଣରେ ୨୦ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନେକ ଲୋକ ଆହତ ହୋଇଛନ୍ତି। ଆହତମାନଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।

ସ୍ଥାନୀୟ ଲୋକଙ୍କ କହିବାନୁସାରେ, ବିସ୍ଫୋରଣର ଶବ୍ଦ ବହୁ ଦୂରରୁ ଶୁଣିବାକୁ ମିଳିଥିଲା ଜ୍ଝ କାବୁଲ ସୁରକ୍ଷା ଏଜେନ୍ସି ମୁଖପାତ୍ର ଖାଲିଦ ଜଡ୍ରାନ ଟ୍ୱିଟ କରି ଏହି ବିସ୍ଫୋରଣକୁ ନିଶ୍ଚିତ କରିଛନ୍ତି।
ସୋସିଆଲ ମିଡିଆରେ ସେୟାର କରାଯାଉଥିବା ଚିତ୍ରରେ ପୀଡିତଙ୍କ ମୃତଦେହ ରାସ୍ତାରେ ଦୃଶ୍ୟମାନ ହେଉଛି। ବର୍ତ୍ତମାନ ସୁଦ୍ଧା କୌଣସି ଗୋଷ୍ଠୀ ଏହି ଆକ୍ରମଣ ପାଇଁ ଦାୟୀ ବୋଲି ଦାବି କରିନାହାଁନ୍ତି। ଖାଲିଦ ଜାଡ୍ରାନ୍ କହିଛନ୍ତି ଯେ ସୁରକ୍ଷା ବାହିନୀ ଘଟଣାସ୍ଥଳରେ ପହଞ୍ଚିଛନ୍ତି।

ଏହି ବିସ୍ଫୋରଣରେ ପୀଡିତମାନଙ୍କୁ କାବୁଲର ବୈଦେଶିକ ମନ୍ତ୍ରଣାଳୟ ନିକଟ ଜରୁରୀକାଳୀନ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ବୋମା ବିସ୍ଫୋରଣରେ ଆହତଙ୍କ ସମ୍ପର୍କୀୟମାନେ ଡାକ୍ତରଖାନା ବାହାରେ ଅପେକ୍ଷା କରିଛନ୍ତି। ଲୋକମାନେ ଏହି ବିସ୍ଫୋରଣରେ କ୍ଷତିଗ୍ରସ୍ତ ହୋଇଥିବା ସମ୍ପର୍କୀୟଙ୍କୁ ଖୋଜୁଛନ୍ତି।

Leave A Reply

Your email address will not be published.