ଦୁଲୁକିଲା ସିଲଭର ସିଟି କଟକ: ମତୁଆଲ ମାହୋଲରେ ଉଦଘାଟନ ହେଲା ହକି ବିଶ୍ୱକପ୍‌

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ବାରବାଟୀରୁ ବିଶ୍ୱ ପୁଣି ଦେଖିଲା ଓଡ଼ିଶାର କଳା ସଂସ୍କତି ସହ ବିଶ୍ୱକପ୍‌ ହକିର ଉଦ୍‌ଘାଟନୀ ମହୋତ୍ସବ। ନାଚଗୀତରେ ଦୁଲୁକିଲା ମଂଚ। ଉଦ୍‌ଘାଟନୀ ଉତ୍ସବରେ ଯୋଗ ଦେଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ର କ୍ରୀଡ଼ା ମନ୍ତ୍ରୀ ଅନୁରାଗ ଠାକୁର ଓ ଆନ୍ତର୍ଜାତିକ ହକି ଫେଡେରେସର ଅଧ୍ୟକ୍ଷ ତୈବ ଇକ୍ରମ। ମୁଖ୍ୟମନ୍ତ୍ରୀ କହିଥିଲେ, ଓଡ଼ିଶାକୁ ସମସ୍ତେ ଆତିଥ୍ୟ ପାଇଁ ଜାଣନ୍ତି। ତେଣୁ ସେ ନିଶ୍ଚିତ, ଯେଉଁ ଭିଜିଟରମାନେ ଆସିଛନ୍ତି ସେମାନେ ଘରକୁ ଫେରିବା ସମୟରେ ଓଡ଼ିଶାର କିଛି ନା କିଛି ସ୍ମୃତି ନେଇ ଫେରିବେ। ଅନୁରାଗ ଠାକୁର କହିଥିଲେ, ବିଶ୍ୱରେ ହକି ବିଶ୍ୱକପ୍‌ର ଯେତେ ଆୟୋଜନ ହୋଇଛି, ସବୁଠାରୁ ଭବ୍ୟ ଆୟୋଜନ ଭିତରୁ ଏହା ଅନ୍ୟତମ। ଆକର୍ଷଣୀୟ ଆୟୋଜନ ସହ ରାଉରକେଲାରେ ଏକ ନୂଆ ଷ୍ଟାଡିୟମ ଦେଶକୁ ଦେଇଥିବାରୁ ମୁଖ୍ୟମନ୍ତ୍ରୀ ଓ ଓଡ଼ିଶା ସରକାରଙ୍କୁ ଧନ୍ୟବାଦ ଦେଇଥିଲେ। ଆମେ ଓ ବିଶ୍ୱ ହକି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପାଖରେ ଋଣି ବୋଲି କହିଥିଲେ ଆନ୍ତର୍ଜାତିକ ହକି ଫେଡେରେସନର ଅଧ୍ୟକ୍ଷ। ଓଡ଼ିଶା କେବଳ ସଂସ୍କୃତି ଓ ଐତିହ୍ୟର ସ୍ଥାନ ନୁହଁ ବଂର ହକିର ଲ୍ୟାଣ୍ଡ ବୋଲି କହିଥିଲେ।…

Leave A Reply

Your email address will not be published.