ଭାରପ୍ରାପ୍ତ ପ୍ରଧାନ ଶିକ୍ଷକଙ୍କୁ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ଭାରପ୍ରାପ୍ତ ପ୍ରଧାନ ଶିକ୍ଷକଙ୍କୁ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା | ଘସିପୁରା ବ୍ଲକ ଅନ୍ତର୍ଗତ ସରକାରୀ ପ୍ରାଥମିକ ବିଦ୍ୟାଳୟ ପାହାଡପୁର ପରିସରରେ ବିଦ୍ୟାଳୟର ଶିକ୍ଷକ ଗଣେଶ୍ଵର ସାହୁ ଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଗୌରାଙ୍ଗ ଚରଣ ବାରିକ୍ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ସଭାରେ ମୁଖ୍ୟ ଅତିଥି ଭାବେ ଶିକ୍ଷାବିତ୍ ବିଦ୍ୟାଧର ନାଏକ ଯୋଗଦେଇ ବିଦାୟୀ ଶିକ୍ଷକ ଙ୍କ ଅବସର ସମୟ ସୁଖସମୃଦ୍ଧି ସହ ଦୀର୍ଘ ନିରାମୟ ଜୀବନ କାମନା କରିଥିଲେ |

ମୁଖ୍ୟ ବକ୍ତା ଭାବେ ଓଡ଼ିଶା ପ୍ରାଥମିକ ଶିକ୍ଷକ ସଂଘ ଘଷିପୁରା ର ସଭାପତି ଉମାକାନ୍ତ ଯେନା ,ସମ୍ମାନିତ ଅତିଥି ଭାବରେ ମା ବାରମାସୀ ଉପ୍ରା ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଦିଲ୍ଲୀପ କୁମାର ସାହୁ, ମଦନପୁର ସିଆରସିସି ରବିନ୍ଦ୍ର କୁମାର ଆଚାର୍ଯ୍ୟ, ମଦନପୁର ଉପ୍ରା ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ରମେଶ ଚନ୍ଦ୍ର ସାହୁ, ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘ ଘଷିପୁରା ର ସମ୍ପାଦକ ରଞ୍ଜିତ ପାତ୍ର, ବିଦ୍ୟାଳୟ ପରିଚାଳନା କମିଟି ର ସଭାପତି ହରିହର ମିଶ୍ର ସଦାସର୍ବଦା ଛାତ୍ରଛାତ୍ରୀ ମାନଙ୍କ ପାଇଁ ଜଣେ ଆଦର୍ଶ ଶିକ୍ଷକ , ଛାତ୍ରବତ୍ସଳ, କର୍ତ୍ତବ୍ୟନିଷ୍ଠ ଶିକ୍ଷକ ଭାବେ ସଦାସର୍ବଦା ଛାତ୍ରଛାତ୍ରୀ ହୃଦୟ ରେ ରହିବେ ବୋଲି ଅତିଥି ମାନେ କହିଥିଲେ।

ଏହି ଅବସରରେ ବିଦାୟୀ ଶିକ୍ଷକ ଙ୍କୁ ମାନପତ୍ର ଉପଢୌକନ ଦେଇ ସମ୍ବର୍ଦ୍ଧନା କରିଥିଲେ। ସଂଜ୍ଞା ସାଗରିକା ଚକ୍ର ଅତିଥି ପରିଚୟ ପ୍ରଦାନ କରିବା ସହିତ ମାନପତ୍ର ପଠନ କରିଥିଲେ। ପ୍ରଫୁଲ୍ଲ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। ଗ୍ରାମବାସୀ ଶରତ ସାହୁ, ବିଦ୍ୟାଧର ସାହୁ, ଲଳିତ ବଲ୍ଲଭ ସାହୁ ବିଦାୟୀ ଶିକ୍ଷକ ଙ୍କୁ ସମ୍ବର୍ଦ୍ଧନା ଜଣାଇଥିଲେ।ବିଦ୍ୟାଳୟ ପରିଚାଳନା କମିଟି ର ସମସ୍ତ ସଦସ୍ୟ , ପୁରାତନ ଛାତ୍ର ଛାତ୍ରୀ, ଗ୍ରାମବାସୀ ଉପସ୍ଥିତ ରହି ପରିଚାଳନା ରେ ସହଯୋଗ କରିଥିଲେ।

Leave A Reply

Your email address will not be published.