ପାଣି ପାଇଁ ଡହକ ବିକଳ ନୂଆପାଟଣା ଗ୍ରାମବାସୀ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ପାଣି ପାଇଁ ଡହକ ବିକଳ ନୂଆପାଟଣା ଗ୍ରାମବାସୀ | ଆମକୁ ପିଇବା ପାଣି ଦିଅ ନହେଲେ ଆମେ ରାସ୍ତାରୁ ହଟିବୁ ନାହିଁ | ପାଣି ପାଇଁ ଅଡି ବସିଛନ୍ତି ଗ୍ରାମ ବାସୀ | ପାଖେଇ ଆସୁଛି ସାଧାରଣ ନିର୍ବାଚନ, ଭୋଟରଙ୍କ ପାଖରୁ ଆସୁଛି ମାଳ ମାଳ ଅଭିଯୋଗ |

ବାରମ୍ବାର ଅଭିଯୋଗ ପରେ ନୂଆପାଟଣା ବାସୀଙ୍କୁ ମିଳୁନି ପାନୀୟ ଜଳ ର ସୁବିଧା ଖରା ଦିନିଆ ଟାଣ ଖରା ସାଙ୍ଗକୁ ଗ୍ରୀଷ୍ମ ପ୍ରବାହର ତାତି ତା ସାଙ୍ଗକୁ ଘୋର ପାଣିର ଅଭାବ ଏମିତି ଏକ ଘଟଣା ଦେଖିବାକୁ ମିଳିଛି କଟକ ଜିଲ୍ଲା ନରସିଂହପୁର ବ୍ଲକ ଅନ୍ତର୍ଗତ ନୂଆପାଟଣା ଗ୍ରାମରେ |

ଖବର ପାଇ ଘଟଣା ସ୍ଥଳରେ ନୂଆପାଟଣା ପଂଚାୟତ ର ସରପଞ୍ଚ ପହଂଚି ଲୋକ ମାନଙ୍କୁ ବୁଝା ସୁଝା କରିଥିଲେ ଖୁବ ଶୀଘ୍ର ଗ୍ରାମବାସୀ ଙ୍କୁ ପିଇବା ପାଣି ଯୋଗାଇ ଦିଆଯିବ ବୋଲି ଗଣମାଧ୍ୟମ କୁ ସୂଚନା ଦେଇଛନ୍ତି |

Leave A Reply

Your email address will not be published.