ସୋନାଲିକା ଦାସଙ୍କ କବିତା ସଂକଳନ “ସ୍ବର୍ଣ୍ଣାକ୍ଷରା” ପ୍ରକାଶିତ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ଯୁବ କବୟିତ୍ରୀ ସୋନାଲିକା ଦାସଙ୍କ ପ୍ରଥମ କବିତା ସଂକଳନ “ସ୍ବର୍ଣ୍ଣାକ୍ଷରା” ପ୍ରାଚୀ ପବ୍ଲିକେସନ୍ ଦ୍ବାରା ପ୍ରକାଶିତ ହୋଇଛି।ମୟୂରଭଞ୍ଜ ଜିଲ୍ଲା ଅନ୍ତର୍ଗତ କୋଷ୍ଠା ଠାରେ କବୟିତ୍ରୀଙ୍କର ଜନ୍ମ। ପିତା: ସ୍ବରୂପାନନ୍ଦ ଦାସ, ମାତା: ମମତା ଦାସ। କବୟିତ୍ରୀ ସୋନାଲିକା ଦାସ ଏକାଧାରରେ ଜଣେ କବି ଓ ଚିତ୍ରକର।

କୋଷ୍ଠା ଠାରେ +୨ ଶିକ୍ଷା ସମାପ୍ତି ପରେ ବାରିପଦା ସରକାରୀ ମହିଳା ମହାବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ସ୍ନାତକ ଶିକ୍ଷା ଲାଭ କରିଛନ୍ତି। କବୟିତ୍ରୀଙ୍କର କବିତା ଓ ଚିତ୍ର ଉଭୟ ଜୀବନ ଦର୍ଶନକୁ ପ୍ରତିଫଳିତ କରିଥାଏ। ଜଣେ ଯୁବ କବୟିତ୍ରୀ ଭାବରେ ତାଙ୍କର କବିତା ଗୁଡିକ ସମ୍ଭାବନା, ଜୀବନ ଦର୍ଶନ, ପ୍ରେମ, ପ୍ରଣୟ,ବିରହ ଓ ସର୍ବୋପରି ଜୀବନର ପ୍ରତିବିମ୍ବକୁ ନିଜର କବିତା ଗୁଡିକରେ ପ୍ରତିଫଳିତ କରିଛନ୍ତି।

କବିତା ସ୍ବତଃ ଏକ ଅବାରିତ ଧାରା, ତା ମଧ୍ୟରେ କବିଟିଏ ନିଜକୁ ହଜାଇ ଦେଇ ଜୀବନ ଦର୍ଶନର ସୂକ୍ଷ୍ମ ସୁତ୍ରକୁ ଆବିଷ୍କାର କରିଥାଏ। କବୟିତ୍ରୀଙ୍କର କବିତା କୃତି “ସ୍ବର୍ଣ୍ଣାକ୍ଷରା” ପାଠକୀୟ ଆଦୃତି ଲାଭ କରିବ ବୋଲି ପ୍ରକାଶକ ଆଶା ପ୍ରକାଶ କରିଛନ୍ତି।

Leave A Reply

Your email address will not be published.