21ଦିନ ପରେ ଶେଷ କଲେ ଅନଶନ ୱାଙ୍ଗଚୁକ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): କେବଳ ଲୁଣ ପାଣି ପିଇ ୨୧ ଦିନ ଧରି ବିକ୍ଷୋଭ କରୁଥିବା ବିଶିଷ୍ଟ ପରିବେଶବିତ ତଥା ଶିକ୍ଷା ସଂସ୍କାରକ ସୋନମ ୱାଙ୍ଗଚୁକ ଆଜି ନିଜର ଆମରଣ ଅନଶନ ଶେଷ କରିଛନ୍ତି। ଲଦାଖକୁ ରାଜ୍ୟ ମାନ୍ୟତା ଓ ଏହାର ଏହାର ଐତିହ୍ୟକୁ ସୁରକ୍ଷା ଦାବିରେ ସେ ଅଖିଆ ଅପିଆ ବିକ୍ଷୋଭ କରୁଥିଲେ। ଆଜି ସେ ତାଙ୍କ ଅନଶନ ଶେଷ ହୋଇଛି କିନ୍ତୁ ଆଗକୁ ଏହି ଲଢ଼େଇ ଜାରି ରହିବ ବୋଲି କହିଛନ୍ତି ।

ତେବେ ସୂଚନା ମୁତାବକ, ଅନଶନ ଶେଷରେ ଏକ ଭିଡିଓ ବାର୍ତ୍ତା ଦେଇଛନ୍ତି ୱାଙ୍ଗଚୁକ୍ । ସେ କହିଛନ୍ତି, ଆଜି ଏକ ଗୁରୁତ୍ୱପୂର୍ଣ୍ଣ ଦିନ। ପ୍ରଥମ ପର୍ଯ୍ୟାୟ ସରିଥିଲେ ମଧ୍ୟ ଅନଶନ ଶେଷ ହୋଇନାହିଁ। ମୋ ପରେ ଆସନ୍ତାକାଲି ମହିଳାମାନେ ୧୦ ଦିନିଆ ଅନଶନ ଆରମ୍ଭ କରିବେ। ଏହାପରେ ଯୁବକ, ବୌଦ୍ଧ ଭିକ୍ଷୁ ମାନେ ଯୋଗଦେବେ। ଏହି ଅନଶନ ଜାରି ରହିବ। ଏହି ଆମରଣ ଅନଶନରେ ସବୁ ଧର୍ମର ପ୍ରାୟ ୬ ହଜାର ଲୋକ ସାମିଲ ହୋଇଥିଲେ। ତେବେ ୱାଙ୍ଗଚୁକ୍‌ଙ୍କ ଦାବି ହେଉଛି ଲଦାଖ ପାଇଁ ପୂର୍ଣ୍ଣ ରାଜ୍ୟ ମାନ୍ୟତା, ସ୍ଥାନୀୟ ଲୋକଙ୍କ ପାଇଁ ଚାକିରି ସଂରକ୍ଷଣ, ଲେହ ଏବଂ କାର୍ଗିଲ ପାଇଁ ଗୋଟିଏ ସଂସଦୀୟ ଆସନ ଏବଂ ସମ୍ବିଧାନର ଷଷ୍ଠ ସୂଚୀ କାର୍ୟ୍ୟକାରୀ କରିବା। ଯାହାକୁ ନେଇ ସେ ଗତ ୨୧ ଦିନ ଧରି ଶୂନଠାରୁ କମ୍‌ ତାପମାତ୍ରାରେ ଲେହରେ ଅନଶନରେ ବସିଛନ୍ତି। ଅତ୍ୟଧିକ ଥଣ୍ଡା ସତ୍ତ୍ୱେ ସେମାନଙ୍କ ପ୍ରଦର୍ଶନରେ ଭାଗ ନେଉଥିବା ଲୋକଙ୍କ ସଂଖ୍ୟା କ୍ରମାଗତ ଭାବରେ ବୃଦ୍ଧି ପାଉଛି।

୨୦୧୯ ରେ ଜମ୍ମୁ-କଶ୍ମୀରରୁ ଧାରା ୩୭୦ ହଟାଯିବା ମାତ୍ରେ ଉଭୟ ରାଜ୍ୟର ସ୍ବତନ୍ତ୍ର ସାମ୍ବିଧାନିକ କ୍ଷମତା ସମାପ୍ତ ହୋଇଯାଇଥିଲା। କେନ୍ଦ୍ର ଜମ୍ମୁ-କଶ୍ମୀରକୁ ରାଜ୍ୟ ମାନ୍ୟତା ଦେଇଛି କିନ୍ତୁ ଲଦାଖକୁ ଏକ ୟୁନିଅନ ଟେରିଟୋରୀ(କେନ୍ଦ୍ରଶାସିତ ଅଞ୍ଚଳ)ରେ ପରିଣତ କରିଛି। ୱାଙ୍ଗଚୁକ କହିଛନ୍ତି ଯେ ଏକ କେନ୍ଦ୍ରଶାସିତ ଅଞ୍ଚଳ ହୋଇଥିବାରୁ ଏହାର ଶାସନ କେନ୍ଦ୍ର ଦିଲ୍ଲୀରୁ ହେଉଛି। ଏହି କାରଣରୁ ଏଠାକୁ ଆସୁଥିବା ଶିଳ୍ପାନୁଷ୍ଠାନଗୁଡ଼ିକ କେବଳ ପରିବେଶକୁ ଖରାପ କରୁନାହାନ୍ତି, ବରଂ ଏଠାକାର ଲୋକଙ୍କ ବିକାଶ ପ୍ରତି ମଧ୍ୟ ଧ୍ୟାନ ଦିଆଯାଉ ନାହିଁ।

Leave A Reply

Your email address will not be published.