ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ପାଖରେ ନିର୍ବାଚନ ଲଢିବାକୁ ଟଙ୍କା ନାହିଁ । ଏକଥା ଆମେ ନୁହେଁ ଖୋଦ୍ ଅର୍ଥମନ୍ତ୍ରୀ ଜାତୀୟ ଗଣମାଧ୍ୟମରେ କରିଛନ୍ତି ଖୁଲାସା । ଅର୍ଥମନ୍ତ୍ରୀଙ୍କ ପାଖରେ ନାହିଁ ଅର୍ଥ। ତେଣୁ ସେ ନିର୍ବାଚନ ଳଢ଼ିବାକୁ ଚାହୁନାହାନ୍ତି । ତେବେ ସୂଚନା ମୁତାବକ, ନିର୍ମଳା ସୀତାରମଣ ଆନ୍ଧ୍ରପ୍ରଦେଶ ନଚେତ୍ ତାମିଲନାଡୁରୁ ଲୋକସଭା ନିର୍ବାଚନ ଲଢିବାକୁ ଦଳ ପ୍ରସ୍ତାବ ଦେଇଥିବା ବେଳେ ଟଙ୍କା ନଥିବା ଯୋଗୁଁ ସେ ପ୍ରତିଦ୍ବନ୍ଦିତା କରିବାକୁ ମନା କରିଦେଇଥିବା ଜଣାଇଛନ୍ତି ।
ସେ କହିଥିଲେ, ନିର୍ବାଚନ ଲଢ଼ିବା ପାଇଁ ଆବଶ୍ୟକ ଟଙ୍କା ମୋ ପାଖରେ ନାହିଁ। ଆନ୍ଧ୍ର ପ୍ରଦେଶ ହେଉ କିମ୍ବା ତାମିଲନାଡୁରେ ମୋର ମଧ୍ୟ ଗୋଟିଏ ସମସ୍ୟା ରହିଛି। ବିଜୟୀ ହେବା ପାଇଁ ସେଠାରେ ଅନେକ ପ୍ରକାରର ପ୍ରଶ୍ନ ରହିଛି। ସେମାନେ ଅନେକ କାରଣ ଖୋଜନ୍ତି। ଆପଣ କେଉଁ ସଂପ୍ରଦାୟର କିମ୍ବା ଆପଣଙ୍କ ଧର୍ମ କ’ଣ? ଆପଣ ସେଠାରୁ ଆସିଛନ୍ତି କି? ଏମିତି କେତେ କ’ଣ ପ୍ରଶ୍ନ ରହିଛି। ତେଣୁ ମୁଁ ମନା କରି ଦେଇଛି। କାରଣ ମୁଁ ଏସବୁ କରିପାରିବି ନାହିଁ। ସେମାନେ ମୋ ଯୁକ୍ତିକୁ ଗ୍ରହଣ କରିଥିବା ମୁଁ ବେଶ କୃତଜ୍ଞ। ତେଣୁ ମୁଁ ନିର୍ବାଚନ ଲଢ଼ୁ ନାହିଁ।”vଦେଶର ଅର୍ଥ ମନ୍ତ୍ରୀଙ୍କ ପାଖରେ କ’ଣ ନିର୍ବାଚନ ଲଢ଼ିବାକୁ ଟଙ୍କା ନାହିଁ ବୋଲି ପ୍ରଶ୍ନରେ ସେ କହିଛନ୍ତି, “ମୋ ଦରମା ମୋ ଆୟ। ମୋ ସେଭିଂଗ ମୋ ଟଙ୍କା। ଭାରତର ଟଙ୍କା ମୋର ନୁହେଁ।”
ଲୋକସଭା ନିର୍ବାଚନ ଲଢିବାକୁ ଦେଶର ଅର୍ଥମନ୍ତ୍ରୀଙ୍କ ପାଖରେ ପାଣ୍ଠି ନାହିଁ କି ବୋଲି ପ୍ରଶ୍ନରେ ସେ କହିଛନ୍ତି, ”ମୋ ଦରମା ମୋ ଆୟ । ମୋ ସଞ୍ଚୟ ମୋର ଟଙ୍କା । ଭାରତର ଟଙ୍କା ମୋର ନୁହେଁ ।” ତେବେ ଆସନ୍ତା ଲୋକସଭା ନିର୍ବାଚନରେ ବିଜେପି ଅନେକ ରାଜ୍ୟସଭା ସାଂସଦଙ୍କୁ ଟିକେଟ ଦେଇଛି । ଏହାମଧ୍ୟରେ ପୀୟୁଷ ଗୋୟଲ, ଭୁପେନ୍ଦର ଯାଦବ, ରାଜୀବ ଚନ୍ଦ୍ରଶେଖର, ମନସୁଖ ମାଣ୍ଡଭୀୟ ଏବଂ ଜ୍ୟୋତିରାଦିତ୍ୟ ସିନ୍ଧିଆ ରହିଛନ୍ତି । ବର୍ତ୍ତମାନ ସୀତାରମଣ କର୍ଣ୍ଣାଟକରୁ ରାଜସଭା ସାଂସଦ ଅଛନ୍ତି । ତେବେ ନିର୍ବାଚନ ନ ଲଢିବେ ବି ବିଭିନ୍ନ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ ବୋଲି କହିଛନ୍ତି ସୀତାରମଣ ।