ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ବନ ବିଭାଗ ସହ ଛକାପଞ୍ଝା ପରେ ଆଜି ସକାଳେ ଆତ୍ମସମର୍ପଣ କରିଛନ୍ତି ଯାଜପୁର ଜିଲ୍ଲାର ଚର୍ଚ୍ଚିତ ୟୁଟ୍ୟୁବର ଦମ୍ପତି। ଯାଜପୁର ରୋଡ୍ ବନ ବିଭାଗ କାର୍ଯ୍ୟାଳୟକୁ ଆସି ମୋନାଲିସା ଓ ତାଙ୍କ ସ୍ୱାମୀ ଆତ୍ମସମର୍ପଣ କରିଛନ୍ତି। ଉଭୟ ମୋନାଲିସା ଏବଂ ତାଙ୍କ ସ୍ବାମୀ ଯାଜପୁର ରୋଡ୍ ବନ ବିଭାଗ କାର୍ଯ୍ୟାଳୟକୁ ଆସି ଆତ୍ମସମର୍ପଣ କରିଛନ୍ତି।
ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ଯାଜପୁର ରୋଡ଼ ରେଞ୍ଜର ଜୋତି ରଞ୍ଜନ ମହାପାତ୍ର । ଗତ ମାର୍ଚ୍ଚ ୨୪ ତାରିଖରେ ବନ୍ୟ ଆଇନ ଉଲଂଘନ କରିବା ଅଭିଯୋଗରେ ବନ ବିଭାଗର ଦୁଇଟି ଟିମ ଯାଜପୁର ବ୍ଲକ ଜହଳ ଗାଁ ସ୍ଥିତ ଭଦ୍ର ଦମ୍ପତିଙ୍କ ବାସଭବନରେ ଚଢ଼ାଉ କରିଥିଲେ । ମୋନାଲିସା ଜହଳ ଗାଁ ସ୍ଥିତ ଘରେ ମାଙ୍କଡ଼ ଓ ଘୋଡ଼ା ରଖିଥିଲେ। ସେମାନଙ୍କ ସହିତ ଫଟୋ ଉଠାଇ ପ୍ରତିଦିନ ସୋଶାଲ୍ ମିଡ଼ିଆ ଫେସ୍ବୁକ୍ରେ ପୋଷ୍ଟ କରୁଥିଲେ। ଦୀର୍ଘ ଦିନ ଧରି ସେ ଏପରି କାର୍ଯ୍ୟ କରି ଆସୁଥିଲେ। ପିସିସିଏଫ୍ ଓ କଟକ ଡିଏଫ୍ଓଙ୍କ ନିର୍ଦ୍ଦେଶ କ୍ରମେ ଗତ ରବିବାର ସକାଳେ ଯାଜପୁର ରୋଡ୍ ବନଖଣ୍ଡ ରେଞ୍ଜ ଅଫିସ୍ରଙ୍କ ନେତୃତ୍ୱରେ ୨ଟି ଟିମ୍ ତାଙ୍କ ଘରେ ଚଢ଼ଉ କରିଥିଲେ।
ହେଲେ ଚଢ଼ଉ ସମ୍ପର୍କରେ ଖବର ପାଇ ମୋନାଲିଶା ଓ ତାଙ୍କ ସ୍ୱାମୀ ଚମ୍ପଟ ମାରିଥିଲେ। ବନ ବିଭାଗ ମୋନାଲିଶାଙ୍କ ଘରୁ ଗୋଟିଏ ମାଙ୍କଡ଼ ଉଦ୍ଧାର କରିଥିଲା।ମୋନାଲିସା ଓ ତାଙ୍କ ସ୍ୱାମୀଙ୍କୁ ଧରିବା ପାଇଁ ବନ ବିଭାଗ ଦିନ ତମାନ ଚେଷ୍ଟା କରିଥିଲା। ହେଲେ ଦମ୍ପତିଙ୍କ ପତ୍ତା ପାଇନଥିଲା ବନ ବିଭାଗ। ଖାଲି ହାତରେ ଫେରିଥିଲା। ପରେ ସେମାନଙ୍କ ବିରୋଧରେ ବନ ବିଭାଗ ପକ୍ଷରୁ ନମ୍ବର 275/24ରେ ଏକ ମାମଲା ରୁଜୁ କରାଯାଇଥିଲା। ଏତେ ସବୁ ଘଟଣା ପରେ ଆଜି ସକାଳେ ମୋନାଲିସା ଓ ତାଙ୍କ ସ୍ୱାମୀ ଆତ୍ମସମର୍ପଣ କରିଛନ୍ତି।