ହରିୟାଣାର ରେୱାଡିରେ ମର୍ମନ୍ତୁଦ ଦୁର୍ଘଟଣା

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ହରିୟାଣାର ରେୱାଡିରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏକ ବସ୍ ଏବଂ କାର୍ ମୁହାଁମୁହିଁ  ଧକ୍କା ହୋଇଛି। ଫଳରେ ଘଟଣାସ୍ଥଳରେ ପାଞ୍ଚ ଜଣଙ୍କର ମୃତ୍ୟୁ ଘଟିଛି। ରେୱାଡି-ମହେନ୍ଦ୍ରଗଡ ରାସ୍ତାରେ ଥିବା ସିହା ଗ୍ରାମ ନିକଟରେ ଏହି ଦୁର୍ଘଟଣା ଘ ସୂଚନା ମୂତାବକ ବୁଧବାର ରେୱାଡି ମହେନ୍ଦ୍ରଗଡ ରାସ୍ତାରେ ଥିବା ସିହା ଗାଁ ନିକଟରେ ଏହି ଦୁର୍ଘଟଣା ଘଟିଛି।

କାରରେ କିଛି ବ୍ୟକ୍ତି ବିବାହ ସାରି ଦାଦରି ଚାଙ୍ଗରୋଡ୍ ଗାଁକୁ ଫେରୁଥିଲେ। ଏହି ସମୟରେ ଏକ ବସ୍ ସହ କାରର ମୁହାଁମୁହିଁ ଧକ୍କା ହୋଇଥିଲା। ଦୁର୍ଘଟଣାଟି ଏତେ ଭୟଙ୍କର ଥିଲା ଯେ ଘଟଣାସ୍ଥଳରେ ୫ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ବସ୍ ଯାଉଥିବା କିଛି ଯାତ୍ରୀ ଆହତ ହୋଇଥିଲେ। ସେମାନଙ୍କୁ ତୁରନ୍ତ ନିକଟସ୍ଥ ମେଡିକାଳରେ ଭର୍ତ୍ତି କରାଯାଇଥିଲା।

ପରେ ଖବର ପାଇ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି। ବୁଧବାର ସକାଳେ ବାଲେନୋ କାର ଏବଂ ବସ୍ ମୁହାଁମୁହିଁ ହେବା ପରେ ଆହତମାନଙ୍କୁ ଆମ୍ବୁଲାନ୍ସ ଯୋଗେ ଡାକ୍ତରଖାନା ନିଆଯାଇଥିଲା। ଯେଉଁଠାରେ ଡାକ୍ତରମାନେ ସମସ୍ତଙ୍କୁ ମୃତ ଘୋଷଣା କରିଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ କରୁଛି। ଏହି ଘଟଣାରେ ପ୍ରାଣ ହରାଇଥିବା ଲୋକମାନେ ଚରଖି ଦାଦରି ଚାଙ୍ଗରୋଡ ଗାଁର ବାସିନ୍ଦା ଥିଲେ।

Leave A Reply

Your email address will not be published.