ରାଜସ୍ଥାନ ସିକର ଜିଲ୍ଲାରେ ମର୍ମନ୍ତୁଦ ଦୁର୍ଘଟଣା

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ରାଜସ୍ଥାନ ସିକର ଜିଲ୍ଲାରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଜୟପୁର-ବିକାନେର ଜାତୀୟ ରାଜପଥରେ ଏକ ଦ୍ରୁତଗାମୀ କାର୍ ଆଗକୁ ଯାଉଥିବା ଏକ ଟ୍ରକ୍ କୁ ଧକ୍କା ଦେଇଥିଲା। ଫଳରେ ଉଭୟ ଗାଡ଼ିରେ ଭୟାବହ ଅଗ୍ନିକାଣ୍ଡ ଘଟିଥିଲା। ଅଗ୍ନିକାଣ୍ଡ ରେ ଉଭୟ ଗାଡ଼ି ସମ୍ପୂର୍ଣ୍ଣ ଜଳି ଯାଇଥିଲା।

ଦୁର୍ଘଟଣାରେ ଗୋଟିଏ ପରିବାରର ୭ଜଣ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି। ମୃତକଙ୍କ ମଧ୍ୟରେ ଦୁଇ ଶିଶୁ ଏବଂ ତିନି ଜଣ ମହିଳା ଥିବା ଜଣାପଡିଛି। ଉତ୍ତରପ୍ରଦେଶ ମେରୁଟରେ ବାସ କରୁଥିବା ଏକ ପରିବାର ରବିବାର ମଧ୍ୟାହ୍ନରେ ରାଜସ୍ଥାନରେ ଥିବା ବାଲାଜୀ ମନ୍ଦିରରୁ ଦର୍ଶନ ସାରି ଫେରୁଥିଲେ। ଏତିକିବେଳେ ବିପରୀତ ଦିଗରୁ ଦ୍ରୁତ ଗତିରେ ଆସୁଥିବା ଏକ ଟ୍ରକ ସେମାନଙ୍କ କାରକୁ ଧକ୍କା ଦେଇଥିଲା। ଫଳରେ ପ୍ରବଳ ବିସ୍ଫୋରଣ ହେବା ସହ ଉଭୟ ଗାଡ଼ିରେ ନିଆଁ ଲାଗିଯାଇଥିଲା।

ବିସ୍ଫୋରଣର ଶବ୍ଦ ଶୁଣି ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। କେହି କିଛି ବୁଝିବା ପୂର୍ବରୁ କାର୍ ଓ ଟ୍ରକ୍ ରେ ନିଆଁ ଲାଗିଯାଇଥିଲା।ଫଳରେ ଦୁର୍ଘଟଣା ପରେ କାରଟି ସମ୍ପୂର୍ଣ୍ଣ ଭାବେ ଜଳିଯାଇଥିଲା। ପରେ ସେଠାରେ ଉପସ୍ଥିତ ଥିବା କିଛି ସ୍ଥାନୀୟ ଲୋକ ଅଗ୍ନିଶମବାହିନୀକୁ ଖବର ଦେଇଥିଲେ। ହେଲେ ନିଆଁ ଆୟତ୍ତ ହେବା ବେଳକୁ କାରରେ ଥିବା ୭ଜଣ ଜୀବନ୍ତ ଦଗ୍ଧ ହୋଇସାରିଥିଲେ। ଖବର ପାଇଁ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି।

Leave A Reply

Your email address will not be published.