ଛତିଶଗଡର ବେମେତରାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଛତିଶଗଡର ବେମେତରାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା।  ଏକ ପିକଅପ ଭ୍ୟାନ ଓ ଟ୍ରକ ମଧ୍ୟରେ ଧକ୍କା ହେବା ଫଳରେ ଘଟଣାସ୍ଥଳରେ 9ଜଣଙ୍କ ମୃତ୍ୟୁ ହୋଇଛି । ଏହି ଦୁର୍ଘଟଣାରେ ୨୩ ଜଣ ଆହତ ହୋଇ ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ଅଛନ୍ତି। ଗତକାଲି ବିଳମ୍ବିତ ରାତିରେ ବାବାମଣି ନାମକ ଏକ ବସ୍ ବରଯାତ୍ରୀଙ୍କୁ ଧରି ବାଲିକୁଦାରୁ ଧନୁହରବେଲାରୀ ଫେରୁଥିଲା।

ତିହୁଡି ନହରଣା ମୁଖ୍ୟରାସ୍ତାରେ ବସ୍‌ଟି ଭାରସାମ୍ୟ ହରାଇ ରାସ୍ତକଡ଼କୁ ଓଲଟି ପଡ଼ିଥିଲା। ଦୁର୍ଘଟଣାରେ ୮ରୁ ଅଧିକ ବରଯାତ୍ରୀ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ଦୁର୍ଘଟଣା ସମ୍ପର୍କରେ ସ୍ଥାନୀୟ ପୋଲିସ ଦେଇଥିବା ତଥ୍ୟ ଅନୁସାରେ, ଗତକାଲି ବିଳମ୍ବିତ ରାତିରେ କାଠିଆଗ୍ରାମ ନିକଟରେ ଏକ ଟ୍ରକ ଓ ପିକଅପ ଭ୍ୟାନ ମଧ୍ୟରେ ଧକ୍କା ହୋଇଛି । ପିକଅପ ଭ୍ୟାନଟି ସମ୍ପୂର୍ଣ୍ଣ ଚୂରମାର ହୋଇଯାଇଛି । ସମସ୍ତ ମୃତାହତ ସ୍ଥାନୀୟ ପାଥାରା ଗ୍ରାମର ବାସିନ୍ଦା । ସେମାନେ ତିରାଇୟା ଅଞ୍ଚଳରେ ଏକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବା ପରେ ବିଳମ୍ବିତ ରାତିରେ ଫେରୁଥିଲେ । ରାସ୍ତାକଡରେ ଏକ ଟ୍ରକ ଛିଡା ହୋଇଥିବା ବେଳେ ଏହି ପିକଅପ ଭ୍ୟାନଟି ଦୃତଗତିରେ ଟ୍ରକ ସହ ପିଟି ହୋଇଥିଲା । ଏଥିରେ ଘଟଣାସ୍ଥଳରେ 5ମହିଳା ଓ 3ଶିଶୁଙ୍କ ସମେତ ମୋଟ 8ଜଣଙ୍କ ମୃତ୍ୟୁ ହୋଇଛି ।

ସ୍ଥାନୀୟ ଲୋକେ ଉଦ୍ଧାର ଅପରେସନ ଆରମ୍ଭ କରିବା ସହ ପୋଲିସକୁ ସୂଚନା ଦେଇଥିଲେ । ପୋଲିସ ପହଞ୍ଚି ସମସ୍ତ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ଆହତଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏକ ମାମଲା ରୁଜୁ କରି ପୋଲିସ ତଦନ୍ତ ମଧ୍ୟ ଜାରି ରଖିଛି । ତେବେ ମାତ୍ରାଧିକ ବେଗ କିମ୍ବା ଅନ୍ୟ କୌଣସି କାରଣରୁ ଗାଡିଟି ଭାରସାମ୍ୟ ହରାଇ ରାସ୍ତାକଡରେ ଛିଡା ହୋଇଥିବା ଟ୍ରକକୁ ଧକ୍କା ଦେଇଥାଏ ପାରେ ବୋଲି ପ୍ରାଥମିକ ତଦନ୍ତ ଓ ପାରିପାର୍ଶ୍ବିକ ସ୍ଥିତିରୁ ଜଣାପଡୁଛି । ଅନ୍ୟପଟେ ଆହତଙ୍କ ସଂଖ୍ୟା ଦୃଷ୍ଟିରୁ ଗାଡିରେ କ୍ଷମତାଠାରୁ ଅଧିକ ଲୋକେ ଅସୁରକ୍ଷିତ ଭାବେ ଯାତ୍ରା କରୁଥିବା ମଧ୍ୟ ସନ୍ଦେହ ପ୍ରକାଶ ପାଇଛି |

Leave A Reply

Your email address will not be published.