ଆଜିଠୁ ଗ୍ରୀଷ୍ମପ୍ରବାହ ଅସମ୍ଭାଳ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଜଳୁଛି ସାରା ଓଡିଶା । ଆଜିଠୁ ଗ୍ରୀଷ୍ମପ୍ରବାହ ଆହୁରି ଅସମ୍ଭାଳ ହେବ। ଆଜି ଓ କାଲି ପାଇଁ ସିଭିୟର ହିଟୱେଭ୍ ନେଇ ୧୫ ଜିଲ୍ଲାକୁ ରେଡ୍ ଓ ୧୫ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। ଗରମ ଏବଂ ଗୁଳୁଗୁଳି ଜନଜୀବନକୁ ପୁରା ଅସ୍ତବ୍ୟସ୍ତ ହୋଇପଡିଛି। ସକାଳ ସାଢେ ୮ଟା ସୁଦ୍ଧା ପାରଦ ୩୬ ଡିଗ୍ରୀ ଛୁଇଁଛି।

୩୬ ଡିଗ୍ରୀ ସହ ବାରିପଦା ଓ ବାଲେଶ୍ଵର ସବୁଠୁ ଉତ୍ତପ୍ତ ସହର ପାଲଟିଛି। ମାଲକାନଗିରି ଓ କେନ୍ଦୁଝରରେ ୩୫ ଡିଗ୍ରୀ, ଭୁବନେଶ୍ଵରରେ ୩୩.୮ ତାପମାତ୍ରା ରେକର୍ଡ ହୋଇଛି। ଆଦ୍ରତା ପାଖାପାଖି ୭୫ ପ୍ରତିଶତ ରହିଛି। ଆଜି ମଧ୍ୟ କିଛି ସ୍ଥାନରେ ଦିନ ତାପମାତ୍ରା ୪୪ ଏବଂ ୪୫ ଡିଗ୍ରୀ ରହିବାର ସମ୍ଭାବନା ରହିଛି। ପୁରୀ, ଗୋପାଳପୁର ଓ ପାରାଦୀପରେ ଆଦ୍ରତା ୭୫ ପ୍ରତିଶତ ଉପରେ ରହିଥିବା ନେଇ ସୂଚନା ମିଳିଛି। ସେପଟେ ଆଜି ପାଇଁ ରାଜ୍ୟର କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ୱର, ମୟୂରଭଞ୍ଜ, ସୁନ୍ଦରଗଡ଼, କେନ୍ଦୁଝର, ଢେଙ୍କାନାଳ, ବୌଦ୍ଧ, ଅନୁଗୁଳ, କଟକ ୧୦ଟି ଜିଲ୍ଲାକୁ ଅତ୍ୟଧିକ ଗରମ ପାଇଁ ରେଡ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ।

ଆଜି ସକାଳ ସାଢ଼େ ୮ଟା  ସୁଦ୍ଧା  ବିଭିନ୍ନ ସ୍ଥାନର ତାପମାତ୍ରା ରେକର୍ଡ  କରାଯାଇଛି। ତାହା ଅନୁଯାୟୀ, ବାରିପଦାରେ ତାପମାତ୍ରା ୩୬°, ବାଲେଶ୍ୱରରେ ୩୬°, ମାଲକାନଗିରି ଓ କେନ୍ଦୁଝରରେ ୩୫°, ଭବାନୀପାଟଣାରେ ୩୪.୪°, ଭୁବନେଶ୍ୱରରେ ୩୩.୮°, ଜଗତସିଂହପୁରରେ ୩୩.୪°, ଅନୁଗୁଳରେ,ଟିଟଲାଗଡ଼ ଓ ବୌଦ୍ଧରେ ୩୩° ଏବଂ କଟକ ୩୨.୬° ସେଲସିୟସ୍ ଥିବା ଜଣାଯାଇଚି।

Leave A Reply

Your email address will not be published.