ହାଇଦ୍ରାବାଦ-ବିଜୟୱାଡା ଜାତୀୟ ରାଜପଥରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ହାଇଦ୍ରାବାଦ-ବିଜୟୱାଡା ଜାତୀୟ ରାଜପଥରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା।  ଭାରସାମ୍ୟ ହରାଇ ଟ୍ରକ ସହ କାର୍ ଧକ୍କା ହେବାରୁ ଚାଲିଗଲା ଗୋଟିଏ ପରିବାରର ୬ ଜଣଙ୍କ ଜୀବନ । ଆଜି ଭୋର୍ ସମୟରେ ତେଲେଙ୍ଗାନାର ସୂର୍ଯ୍ୟାପେଟ ଅଞ୍ଚଳରେ ଏଭଳି ସଡ଼କ ମର୍ମନ୍ତୁଦ ଦୁର୍ଘଟଣା ଘଟିଯାଇଛି ।

ସୂଚନା ଅନୁସାରେ, ମୃତକମାନେ ହାଇଦ୍ରାବାଦର ବାସିନ୍ଦା। ଆଜି ସକାଳେ ସେମାନେ କୌଣସି କାମରେ ବିଜୟୱାଡା ଅଭିମୁଖେ ଯାଉଥିଲେ। ଏହି ସମୟରେ ରାସ୍ତାକଡରେ ପାର୍କିଂ ହୋଇଥିବା ଏକ ଟ୍ରକକୁ ପଛ ପଟୁ ଧକ୍କା ଦେଇଥିଲା କାର୍। ଆଜି ସକାଳ ପ୍ରାୟ ୪ଟା ୪୫ ମିନିଟ୍ ବେଳେ ଏହି ଦୁର୍ଘଟଣା ଘଟିଥିଲା । କାର୍‌ରେ ୧୦ ଜଣ ଯାତ୍ରା କରୁଥିଲେ । ସେମାନେ ହାଇଦ୍ରାବାଦରୁ ଆନ୍ଧ୍ରପ୍ରଦେଶର ବିଜୟୱାଡା ଆଡକୁ ଯାଉଥିଲେ ।

ସୂର୍ଯ୍ୟାପେଟ ସହର ଅନ୍ତର୍ଗତ ୬୫ ନଂ ଜାତୀୟ ରାଜପଥ ନିକଟରେ କାର୍ ଅନିୟନ୍ତ୍ରିତ ହୋଇ ରାସ୍ତାକଡରେ ଛିଡା ହୋଇଥିବା ଏକ ଟ୍ରକକୁ ପଛ ପଟୁ ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ୬ ଜଣଙ୍କ ଜୀବନ ଚାଲି ଯାଇଥିଲା । ଏନେଇ ଖବର ପାଇ ପୋଲିସ ସଙ୍ଗେ ସଙ୍ଗେ ସେଠାରେ ପହଞ୍ଚିଥିଲା । ପୋଲିସ ଗାଡି ଭିତରୁ ଗୁରୁତରମାନଙ୍କୁ ଉଦ୍ଧାର ନିକଟସ୍ଥ କୋଡାଡା ସରକାରୀ ହସ୍ପିଟାଲ ପଠାଇଛି ।

Leave A Reply

Your email address will not be published.